jsm

କଣ୍ଟାବାଞ୍ଜିରେ ଗର୍ଜିଲା ବିଜେଡି

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଞ୍ଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଆମ ଅଞ୍ଚଳର ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେର୍ଦ୍ଦେଶକ୍ରମେ ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ୟାଦବଙ୍କ ସହଯୋଗରେ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ, କଣ୍ଟାବାଞ୍ଜି ସମ୍ମୁଖରେ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀକୁ ଗଣଦୁଷ୍କର୍ମ ଏବଂ ଓଡିଶାରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବିକ୍ଷୋବ ପଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖରସେଲ, କଣ୍ଟାବାଞ୍ଜି(NAC) ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ପ୍ରସାଦ ଜୁଏଡ, (NAC) ବିଜୁ ଜନତା ଦଳ ସଭାପତି ଦେବାର ବାରିକ, ତୁରେକେଲା ବିଜୁ ଜନତା ଦଳ ବ୍ଲକ ସଭାପତି ଆସାଦୁଲ୍ଲା ଖାଁ, ପୁର୍ବତନ(NAC) ଉପାଧ୍ୟକ୍ଷ କିଶୋର ମଚକଣ୍ଡ, ବିଶ୍ୱନାଥ ସାହୁ, ଦିପକ ଘିଭେଲା, ତପନ ବଏ, ଦଇତାରି ଭୋଇ, ପିନ୍ଧୁ ଦିପ, ଆଶିଷ ବେହେରା, ମୁଜାଫର ଖାଁ, ଏବଂ ମହାବିଦ୍ୟାଲୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.