oom

ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ପାଇଁ ସଂଶୋଧିତ ଝରିଆ ମାଷ୍ଟର ପ୍ଲାନକୁ କ୍ୟାବିନେଟ ମଞ୍ଜୁରି

jsmm

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ଲାଗି ଏହି ମାଷ୍ଟର ପ୍ଲାନକୁ ମଞ୍ଜୁରି ମିଳିଛି । ସଂଶୋଧିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋଟ ୫,୯୪୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଯୋଜନା ପର୍ଯ୍ୟାକ୍ରମେ କାର୍ଯ୍ୟକାରୀ ହେବା ଦ୍ୱାରା ଅଗ୍ନିକାଣ୍ଡ ଏବଂ ଭୂସ୍ଖଳନ ରୋକିବା ଏବଂ ପ୍ରଭାବିତ ପରିବାର ଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସବୁଠାରୁ କଷ୍ଟକର ସ୍ଥାନରୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସୁନିଶ୍ଚିତ ହେବ । ସଂଶୋଧିତ ଝରିଆ ମାଷ୍ଟର ପ୍ଲାନ୍ରେ ପୁନର୍ବାସ ହୋଇଥିବା ପରିବାର ପାଇଁ ସ୍ଥାୟୀ ଜୀବିକା ନିର୍ବାହର ଉପାୟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପୁନର୍ବାସ ହୋଇଥିବା ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ଏବଂ ନିଯୁକ୍ତି ଆଧାରିତ ପଦକ୍ଷେପ ନିଆଯିବ । ଏହା ବ୍ୟତୀତ, ଆଇନଗତ ଜମି ମାଲିକାନା ଧାରକ (ଏଲଟିଏଚ୍) ପରିବାର ଏବଂ ଅଣପଞ୍ଜିକୃତ ଜମି ମାଲିକ (ଅଣ-ଏଲଟିଏଚ) ପରିବାର ଉଭୟଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବିକା ଅନୁଦାନ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂସ୍ଥାଗତ ଋଣ ସହାୟତା ପ୍ରଦାନ କରାଯିବ । ଏହା ସହିତ, ପୁନର୍ବାସିତ ସ୍ଥାନରେ ରାସ୍ତା, ବିଦ୍ୟୁତ୍, ଜଳ ଯୋଗାଣ, ସ୍ୱେରେଜ, ସ୍କୁଲ, ହସ୍ପିଟାଲ, ଦକ୍ଷତା ବିକାଶ କେନ୍ଦ୍ର, ଗୋଷ୍ଠୀ ଗୃହ ଭଳି ବ୍ୟାପକ ଭିତ୍ତିଭୂମି ଏବଂ ଅତ୍ୟାବଶ୍ୟକ ସୁବିଧା ବିକଶିତ କରାଯିବ । ସଂଶୋଧିତ ଝରିଆ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କମିଟିର ସୁପାରିସ ଅନୁଯାୟୀ ଏହି ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକାରୀ କରାଯିବ । ଏହା ସାମଗ୍ରିକ ଏବଂ ମାନବୀୟ ପୁନର୍ବାସ ସୁନିଶ୍ଚିତ କରିବ । ପୁନର୍ବାସ ହୋଇଥିବା ଲୋକମାନଙ୍କ ଜୀବିକା ନିର୍ବାହ ପାଇଁ ଏକ ସମର୍ପିତ ଝରିଆ ବିକଳ୍ପ ଜୀବିକା ପୁନର୍ବାସ ପାଣ୍ଠି ଗଠନ କରାଯିବ । ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ବହୁମୁଖୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ସହଯୋଗରେ ଦକ୍ଷତା ବିକାଶ ପଦକ୍ଷେପ ମଧ୍ୟ ନିଆଯିବ ।

jittmm
Leave A Reply

Your email address will not be published.