
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୋଟିଏ କାରକୁ ପଛପଟୁ ଆଉ ଗୋଟିଏ କାର ଧକ୍କା ଦେଇଥିଲା । ଦୁଇଟି କାର ଦୁର୍ଘଟଣା ହେବା ପରେ କାରରେ ବସିଥିବା ଲୋକେ ବାହାରକୁ ବାହାରି ଯାଇଥିଲେ । ଦୁର୍ଘଟଣାର କିଛି ସମୟ ପରେ ଦୁଇଟି କାର ହୁତୁ ହୁତୁ ହୋଇ ଜଳି ଯାଇଥିଲା । କାର ଦୁର୍ଘଟଣା ଓ ନିଆଁ ଲାଗିବା ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଛତ୍ରପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ସହ ୧୦ରୁ ଅଧିକ କର୍ମଚାରୀ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା । ଘଟଣାସ୍ଥଳରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ଏପଟେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।