oom

ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା : ଯୁବକ ଗିରଫ

jsmm

ହରଭଙ୍ଗା : ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବାର୍‌ହା ମାଂସ ଖାଉଥିବା ବେଳେ ରିଲ୍ ବନାଇ ଛାଡ଼ିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା । ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଛାଡିଥିବା ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ଗନ୍ଦିସର୍ ଗ୍ରାମର ୨୦ ବର୍ଷୀୟ ଯୁବକ ବିକ୍ରମ ନାୟକଙ୍କୁ ଗିରଫ କରିଛି ବୌଦ୍ଧ ବନବିଭାଗ । ସୂଚନା ମୁତାବକ, ବାରହା ମାଂସ ଖାଉଥିବା ସମୟରେ ଇନଷ୍ଟାଗ୍ରାମରେ ରିଲ୍‌ ବନାଇ ସେହି ଭିଡିଓକୁ ପୋଷ୍ଟ କରିଥିଲେ ବିକ୍ରମ ନାୟକ । ତେବେ ଅଭିଯୋଗ ଅନୁଯାୟୀ ବୌଦ୍ଧ ବନଖଣ୍ଡ ଅଧିକାରୀ ସଙ୍ଗେ ସଙ୍ଗେ ଉକ୍ତ ଯୁବକକୁ ଅଟକ ରଖିଥିଲେ । ମାଧପୁର ରେଞ୍ଜ କାର୍ଯ୍ୟାଳୟକୁ ଆଣି ସେଠାରେ ତାଙ୍କୁ ପଚରାଉଚରା କରିଥିବା ବେଳେ ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଶିକାରୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି । ଅନ୍ୟପଟେ, ଏଭଳି ଭୁଲ ଆଉ କେବେ କରିବି ନାହିଁ କି ଜଙ୍ଗଲୀ ପଶୁ ମାଂସ ଖାଇବି ନାଇଁ ବୋଲି ନିଜ ଭୁଲ ସ୍ୱୀକାର କରିଥିବା ଏକ ଭିଡିଓରେ ବନ କର୍ମଚାରୀଙ୍କ ଆଗରେ କହିଥିଲେ ।

jittmm
Leave A Reply

Your email address will not be published.