ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କଲା ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟ ଠାରେ ବଲାଙ୍ଗିର ନଗର କଂଗ୍ରେସ ତରଫରୁ ୨୮୫ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରକ୍ତ ଭଣ୍ଡାର ଅଧିକାରୀ ନରେଶ ମିଶ୍ର, ସମ୍ମାନିତ ଅତିଥି ଭାବେ ଏ.ଆଇ.ସି.ସି. ସଦସ୍ୟ ତଥା ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା ଏବଂ ମୁଖ୍ୟବକ୍ତା ଭାବରେ ସଂଗଠକ ତଥା ଶ୍ରମିକ ନେତା ସୁରୁଲାଲ ମଟାରୀ ଯୋଗଦେଇଥିଲେ । ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ରଙ୍କ ସଂଯୋଜନାରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ରକ୍ତଦାତାମାନଙ୍କୁ ତାଙ୍କର ମହତ କାମ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏପରି କାର୍ୟ୍ୟକ୍ରମକୁ ବିଭାଗ ତରଫରୁ ସମସ୍ତ ସାହାଯ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ସମରେନ୍ଦ୍ର ମିଶ୍ର କରୋନା ସମୟରେ କରୋନା କଟକଣା ଥିବା ସତ୍ତେ୍ୱ ନଗର କଂଗ୍ରେସର ଏହି ସାମାଜିକ କାର୍ୟ୍ୟକୁ ବହୁତ ପ୍ରଶଂସା କରିବା ସହ ଦଳ ଆଗାମୀ ଦିନରେ ଏପରି କାର୍ୟ୍ୟକୁ ଆହୁରି ପ୍ରଧାନ୍ୟ ଦେବ ବୋଲି କହିଥିଲେ । ବକ୍ତା ଶ୍ରୀ ମଟାରୀ ଗଣତନ୍ତ୍ର ଦିବସରେ ରକ୍ତଦାତାଙ୍କୁ ସମ୍ମାନିତ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜିର ଦିନରେ ସମ୍ବିଧାନ ପ୍ରଣେତା ସଭାର ସଦସ୍ୟ ଥିବା ବଲାଙ୍ଗିର ମାଟି ସୁପୁତ୍ର ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କୁ ନେଇ ଆଜି ଯୁବ ସମାଜ ଗର୍ବିତ ହେବା କଥା ବୋଲି କହିଥିଲେ ଏବଂ ଆଗାମୀ ଦିନରେ ନଗର କଂଗ୍ରେସ ସମାଜସେବା ସହ କ୍ରୀଡା, ସଂସ୍କୃତିରେ ମଧ୍ୟ ନିଜର ଭାଗିଦାରୀ ରଖି ଯୁବ ସମାଜର ନିକଟତର ହେଉ ବୋଲି ବକ୍ତବ୍ୟ ରଖିଥିଲେ ।

ଏହି ରକ୍ତଦାନ କାର୍ୟ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ମନିଷ ମିଶ୍ର, ବୁଲୁ ଦାନୀ, ଅନ୍ତ ବେହେରା, ସୈାମ୍ୟଦୀପ ସରାଫ, ସଂଜୟ ମିଶ୍ର, ଅସିତ ମିଶ୍ର ଏବଂ ଜୁଲୁ ପଟ୍ଟନାୟକଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ଏହି କାର୍ୟ୍ୟକ୍ରମରେ ସାନନ୍ଦ ମିଶ୍ର, ଉମା ପଣ୍ଡା, ଅଶୋକ ନନ୍ଦ, କିଶୋର ଦଣ୍ଡସେନା, କୁଳମଣି ସାହୁ, ଲୋପନ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଅଭିନାଶ ସାଏ, ନାସିର ଖାନ, ସୁରେନ୍ଦ୍ର ଅଶ୍ୱପାଲ, ମନବୋଧ ହରପାଲ, କୈଳାସ ମିଶ୍ର, ଅଖଣ୍ଡ ସେଠ, ଜୟନାରାୟଣ ବହିଦାର, ଜଗ ସାହୁ, ବୁଲୁ ବେହେରା, ପବିତ୍ର ନେପାକ, ମହମ୍ମଦ ଆକବର, ଗୁଣ୍ଡୁ ଦାଶ, ନିଶିର କୁମାର, ଝୁପୁଲୁ ମହାନ୍ତି, ଦିଜ ଖରସେଲ, ଗଗନ ସାହୁ, ଦୀପକ ଚୈାଧୁରୀ, ଚମାର ସାହୁ, ମଙ୍ଗଲୁ ପାଣ୍ଡେ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.