
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଓଷ୍ଟା ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲ ଓ ସଂପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ସମୟରେ ଏଡିଇଓ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ଓଷ୍ଟା ସଂଗଠନ ସହ ଥିବା ତାଙ୍କର ପୂର୍ବ ସଂପର୍କର ଅନୁଭୂତି କହିବା ସହ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ବିଦ୍ୟାଳୟରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଷ୍ଟା କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଓଷ୍ଟା ସଂଘ ତଥା ଜିଲ୍ଲାରେ ଥିବା ବିଭିନ୍ନ ଶିକ୍ଷକ ସଂଘ ସହ ସମନ୍ୱୟ ରକ୍ଷା କରି ଆଲୋଚନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀନାଗ କହିଥିଲେ । ପରେ ଓଷ୍ଟାର ସମସ୍ତ କର୍ମକର୍ତ୍ତା ବଲାଙ୍ଗିର ସଦର ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅବନୀ କାନ୍ତ ତ୍ରିପାଠୀଙ୍କ ସମେତ ରାଜ୍ୟ ସଂଘର ଉପସଭାପତି ସୁଧିର ନାଏକ, ରାଜ୍ୟ ସଂପାଦିକା ରଂଜିତା ମିଶ୍ର, ଜିଲ୍ଲା ଯୁଗ୍ମ ସଂପାଦକ ଶୁଭେନ୍ଦ୍ର ମହାନ୍ତି(ଟୁକୁ)ତଥା ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ମିଶ୍ର, ପଦ୍ମାଳୟା ତ୍ରିପାଠୀ, ଗୋବିନ୍ଦ ବଗର୍ତ୍ତୀ, ସୁରେଶ ଷଡଙ୍ଗୀ, ଖଗେଶ୍ୱର ଷଡଙ୍ଗୀ, ଭକ୍ତବନ୍ଧୁ ପୁରୋହିତ, କୁଳମଣୀ ଯୋଶୀ, ସଂଜୀବ ହୋତା, ସୁଶାନ୍ତ କୁମାର ଦାଶ, ପ୍ରୀତିବାସ ପୁଟେଲ, ପିତାମ୍ବର ଛତର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲା ସଭାପତି ଶ୍ରୀପୁଟେଲ ଓ ସଂପାଦକ ଶ୍ରୀ ମିଶ୍ର ଉଭୟ ସଂଘର କର୍ମକର୍ତ୍ତାଙ୍କ ସହ ସାଂଗଠନିକ ସ୍ଥିତି, ବିକାଶ ଓ ଆବଶ୍ୟକତା ସଂପର୍କରେ ମତ ବିନିମୟ କରିଥିଲେ ।