oom

ଝାରବନ୍ଧ ଆଞ୍ଚଳିକ ବ୍ରାହ୍ମଣ ସମାଜର ଗାୟତ୍ରୀ ମଣ୍ଡପ ପ୍ରତିଷ୍ଠା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ସ୍ଥିତ ପାହାଡ଼ ଶୀର୍ଷରେ ଥିବା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବ୍ରାହ୍ମଣ ସମାଜର ବାର୍ଷିକ ସଭା ଏବଂ ଗାୟତ୍ରୀ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ ବ୍ରାହ୍ମଣ ସମାଜର ସଭାପତି ଝସକେତନ ନନ୍ଦଙ୍କ ଅଧ୍ୟକ୍ଷତା ଏବଂ କାର୍ଯ୍ୟକାରିଣୀ ସଭାପତି ଡା. ଲମ୍ବୋଦର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ପାଇକମାଲରୁ ସଭାପତି ଗିରୀଶ ଚନ୍ଦ୍ର ନାୟକ ସମ୍ପାଦକ ସତ୍ୟନାରାୟଣ ଯୋଶୀ, କୋଷାଧକ୍ଷ ଜୟ ନାରାୟଣ ପୁରୋହିତ, ପ୍ରେମାନନ୍ଦ ଦେବତା, ରୋହିତ ମିଶ୍ର, ଶଙ୍କର ଦାସ, ନିମାଇଁ ଚରଣ ହୋତା, ବିନୋଦ କାଳିଆ ପ୍ରମୁଖ ଯୋଗଦାନ କରି ବ୍ରାହ୍ମଣ ସମାଜର ବିଭିନ୍ନ କାର୍ଯ୍ୟପନ୍ଥା, ବ୍ରାହ୍ମଣ ସମାଜର ଉନ୍ନତି, ପୂଜାବିଧି ତଥା ଛାତ୍ର ଛାତ୍ରୀଙ୍କ ପାଠ ପଢା ଉପରେ ଆଲୋଚନା କରିଥିଲେ । ଏ ପରିପ୍ରେକ୍ଷୀରେ ଗଣନାକାର ପ୍ରକାଶକ ଜ୍ୟୋତିର୍ବିଦ ପଣ୍ଡିତ ସଦାନନ୍ଦ ପାଣିଗ୍ରାହୀ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀଙ୍କ ନୃସିଂହ ପଞ୍ଜିକା ଉନ୍ମୋଚନ ହୋଇଥିଲା । ସଭାରେ ଉପସଭାପତି କ୍ଷମାସାଗର ପୁରୋହିତ, ସମ୍ପାଦକ ଆନନ୍ଦ ମହାପାତ୍ର, ମନୋଜ ପାଢ଼ୀ, ସୁପେନ୍ଦ୍ର ଆଚାର୍ଯ୍ୟ ସମେତ ବ୍ରାହ୍ମଣ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ନନ୍ଦଲାଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.