oom

ମୟୁରଭଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ “୧୮ ଜୁନ ଭୁବନେଶ୍ୱର ଚାଲ” ଅଭିଯାନ : ଭଞ୍ଜସେନା ରାଜଭବନ ସମ୍ମୁଖରେ ବିଶାଳ ଗଣ ଧାରଣା

jsmm

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ବିଶ୍ୱପ୍ରସିଦ୍ଧ ଜାତୀୟ ଅଭୟାରଣ୍ୟ ଶିମିଳିପାଳ ଜୈବମଣ୍ଡଳର ସମ୍ପୂର୍ଣ୍ଣ ସୁରକ୍ଷା ସହିତ, ପରିବେଶ ସନ୍ତୁଳନ,ମୟୁରଭଞ୍ଜ ରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା, ଭୁଶୁଡିପଡିଥିବା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ/ଆତ୍ମନିର୍ଭରଶୀଳ କରିବାର ଦାବି ସହିତ ଅନ୍ୟାନ୍ୟ ଦାବୀ ଗୁଡିକୁ ନେଇ ଆସନ୍ତା ଜୁନ ମାସ ୧୮ ତାରିଖ ବୁଧୁବାର ଦିନ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ “ଭୁବନେଶ୍ୱର ଚାଲ” ଡାକରାର ଅଭିଯାନ ନେଇ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣ ଧାରଣା କାର୍ଯ୍ୟକ୍ରମ ହେବାକୁ ଯାଉଅଛି ଆଉ ଉପରୋକ୍ତ ଦାବୀ ସମ୍ବଳିତ ଏକ ଦାବିପତ୍ର ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.