oom

ବରଗଡ଼ ନବୋଦୟ ବିଦ୍ୟାଳୟର ପାସହାର ଶତ ପ୍ରତିଶତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକାଶ ପାଇଥିବା ସି.ବି.ଏସ.ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାଇକମାଲ ଅନ୍ତର୍ଗତ ଜବାହର ନବୋଦୟ ବିଦ୍ୟାଳୟରେ ପାସ ହାର ଶତ ପ୍ରତିଶତ ରହିଛି । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୧୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ଜୀବନେଶ ବାଗ ୯୫.୬୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସମୀର ଦୀପ ଓ ଯଜ୍ଞଦେବ ପଧାନ ୯୪. ୮୦ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଓ ସ୍ପନ୍ଦନ କୁମାର ପ୍ରଧାନ ୯୪. ୬୦ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ କଳା ବିଭାଗରେ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ଗୀତାଞ୍ଜଳି ବିଶି ୯୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ, ନିୟତୀ ମଗର ୯୫.୨୦ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଓ ତନିଷ୍କା ପ୍ରିୟଦର୍ଶିନୀ ସାହୁ ୯୪.୪୦ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ ପଟେ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି ସେଥି ମଧ୍ୟରୁ ଅନ୍ଵେଷା ବାରିକ ୯୧.୪୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ କୁନାଲ ଲୁହାର ୯୦.୮୦ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଓ ଅସ୍ମିନ ପଧାନ ୮୯. ୪୦ ପ୍ରତିଶତ ମାର୍କ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଉଦ୍ୟମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବହୁବିଧ ପ୍ରୟାସ, ଅନ୍ୟ କର୍ମଚାରୀଙ୍କ ପରିଶ୍ରମ, ଅଭିଭାବକ ମାନଙ୍କ ପ୍ରୟାସ, ଯୋଗଦାନ ଓ ଅଗାଧ ବିଶ୍ୱାସ ତଥା ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଭୋପାଳ କ୍ଷେତ୍ରୀୟ ମଣ୍ଡଳର ଡେପୁଟି କମିଶନର ବିଧୁ ବାଜପେୟୀ ମହାଶୟା ତଥା ସହକମିଶନର ଲେଖରାଜ ମୀନା ମହାଶୟଙ୍କର ମାର୍ଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.