
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଏ ୱାନ ଗ୍ରେଡ ପାଇ ରାଜବୋଡ଼ାସମ୍ବର ବ୍ଲକ ପାଇଁ ଗୌରବ ଆଣିଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲାର ଛାତ୍ର ସାହିଲ୍ କୁମାର ବାଗ (୯୨.୬୬ ପ୍ରତିଶତ) ଓ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଘନାମାଲର ଛାତ୍ର ଦେବେଶ ପଣ୍ଡା (୯୧.୬୬ ପ୍ରତିଶତ )ଙ୍କୁ ଆଜି ଗୋଷ୍ଠୀ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ମାନପତ୍ର ଓ ଟ୍ରଫି ସହ ସମ୍ବର୍ଦ୍ଧିତ କରିଥିଲେ । ଭବିଷ୍ୟତରେ ଆହୁରି ପରିଶ୍ରମ କରି ନିଜର ତଥା ଦେଶର ସେବା କରିବା ପାଇଁ ପରାମର୍ଶ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଏ ବି ଇ ଓ ରାମ ସିଂ ଭୋଇ, ଜୟ କୁମାର ସାହୁ, ସି ଆର ସି ସି ପ୍ରେମ ସାଗର ପଧାନ, ସଂଜୀବ ବାରିକ, ବି ଆର ଟି ପ୍ରଭାତ ସାହୁ ଓ କପିଳ ସାହୁ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।