centurian jitm

କୃତ୍ରିମ ବୁଦ୍ଧିମତାର ସଠିକ ଉପଯୋଗ ନେଇ ତାଲିମ ଓ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ “ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର” ଶୀର୍ଷକ ଏକ ତାଲିମ ଓ ଆଲୋଚନାଚକ୍ର ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନାଚକ୍ରରେ ରାଜ୍ୟର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ଶିକ୍ଷାନୁଷ୍ଠାନ ଓ.କେ.ସି.ଏଲ. ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍.ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ ଏହି ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଓ.କେ.ସି.ଏଲ.ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ମୁଖ୍ୟଅତିଥି ଭାବେ, ବରିଷ୍ଠ ପରିଚାଳକ ସୁଶାନ୍ତ ଜେ. ଦାଶ, ଆଞ୍ଚଳିକ ପରିଚାଳିକା ଇପସିତା ମିଶ୍ର, ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଡକ୍ଟର ଅଜିତ୍ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଆଧୁନିକ ସମାଜରେ ଅତ୍ୟାଧୁନିକ ଶୈକ୍ଷିକ ପ୍ରଣାଳୀରେ ମନୁଷ୍ୟର ସୃଜନଶୀଳତା ଯେପରି ନଷ୍ଟ ହୋଇ ନ ଯାଏ, ସେଥିପ୍ରତି ଯତ୍ନଶୀଳ ହେବାକୁ ଉଦଘାଟକ ଡକ୍ଟର ଅଜୟ ତ୍ରିପାଠୀ ଚେତାଇ ଦେଇଥିବା ବେଳେ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ସାଧନର ସଠିକ ବ୍ୟବହାର ଦ୍ୱାରା ସମସ୍ତ କ୍ଷେତ୍ରରେ ରୋଜଗାର ବହୁଗୁଣିତ ହେବ ବୋଲି ଓ.କେ.ସି.ଏଲ.ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପୁଥଳ କହିଥିଲେ । ମହାରାଷ୍ଟ୍ର ନଲେଜ କର୍ପୋରେସନରୁ ଆସିଥିବା ସାଧନକର୍ମୀ ସୌମ୍ୟ ପାଣି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୈନନ୍ଦିନ ଜୀବନରେ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଓ.କେ.ସି.ଏଲ୍.ର ଗଜପତି ଜିଲ୍ଲାର ମୁଖ୍ୟ ଶ୍ରୀକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ଓ.କେ.ସି.ଏଲ. ର ଶିକ୍ଷାକେନ୍ଦ୍ରମାନଙ୍କ ନିର୍ଦ୍ଦେଶକ ଓ ଶିକ୍ଷାବିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ।

Leave A Reply

Your email address will not be published.