centurian jitm

୧୮୦ ଦିନରୁ ଅଧିକ ଦିନହେଲା ପାତ୍ରକୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି : ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁଡାଖଣ୍ଡି ବ୍ଲକରେ ୧୮୦ ଦିନରୁ ଅଧିକ ଦିନ ହେଲାଣି କାମାକ୍ଷା ପ୍ରସାଦ ପାତ୍ର ମୃତ୍ୟୁ ବରଣ କରିଥିବା ବେଳେ ଅଦ୍ୟାବଧି ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ବୋଲି ସାଧାରଣରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ଯାହାକି, ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ’ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୃତ୍ୟୁବରଣ କରିବା ସତ୍ତ୍ୱେ ତାହାଙ୍କ ବିୟୋଗରେର ସରକାରୀ ଜରୁରୀ କାଳୀନ ପନ୍ଥାର ମିଆଦୀ ସରିଯାଇଛି । ତେବେ ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷ ନିର୍ବାଚନ ନେଇ ଅଦ୍ୟାବଧି କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରୀ କରାଯାଇନାହିଁ ବୋଲି ସାଧାରଣରେ ଏକ ଆଲୋଡନ ସୃଷ୍ଟି କରିଛି । ଅଦ୍ୟାବଧି ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ବର୍ତ୍ତମାନ ମଧ୍ୟ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି ବୋଲି ସାଧାରଣରେ କୁହାଯାଏ । ଅଧ୍ୟକ୍ଷ ପଦବୀ ଦାୟିତ୍ଵରେ ରହି ସମସ୍ତ ରେକର୍ଡ ଫାଇଲପତ୍ର କାଗଜପତ୍ର ଦସ୍ତଖତ କରୁଛନ୍ତି । ୧୮୦ ଦିନ ଭିତରେ ଅଧ୍ୟକ୍ଷ ନିର୍ବାଚନ ହେବା କଥା । ନଚେତ ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ରହିବା କଥା, ତେବେ ଏହାକୁ ନେଇ କୁକୁଡାଖଣ୍ଡି ବ୍ଲକରେ ଦୁର୍ନୀତି ବୃଦ୍ଧି ଆକାଶ ଛୁଆଁ ହେଲାଣି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଗତକାଲି ମଧ୍ୟ କେତୋଟି ଫାଇଲ୍ ଦସ୍ତଖସ୍ତ ହୋଇଛି, କେତୋଟି ଫାଇଲପତ୍ର କନିଷ୍ଠ ଯନ୍ତ୍ରୀ କରିଛନ୍ତି ଏବଂ ଦୀର୍ଘଦିନ ହେଲା କାହିଁକି ଫାଇଲ୍ ଗୁଡିକ ଦସ୍ତଖସ୍ତ ହେଉନଥିଲା? କେତେ ପିସି କାରବାର ହୋଇଛି ? ତାହା ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥି ପୂର୍ବରୁ ଜଣେ ସମିତିସଭ୍ୟ ନିଜ ନାମ ଗୋପନ ରଖି ସିଧାସଳଖ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି? ବୋଲି ସାଧାରଣରେ ଆଲୋଚନା ହେଉଛି । କାହିଁକି କୁକୁଡାଖଣ୍ଡି ବ୍ଲକରେ ମଦବେପାରୀଙ୍କୁ ସିଡିପିଓ ଅଙ୍ଗନବାଡି କେନ୍ଦ୍ର ମଧ୍ୟରେ ପ୍ରଶ୍ରୟ ଦେଉଛନ୍ତି ଏବଂ ମହିଳା ବିଡ଼ିଓ ପିସି କରବାରକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ବିଭିନ୍ନ ମହଲରେ ଅସନ୍ତୋଷର କ୍ଷୋଭପ୍ରକାଶ ପାଇଛି । ତେଣୁ ଯଥା ଶୀଘ୍ର ଏ ଦିଗରେ ଗଞ୍ଜାମ ଜିଲ୍ଲାପ୍ରଶାସନ ତଥା ସରକାର ଧ୍ୟାନ ଦେଇ, ବିହିତ ପଦକ୍ଷେପ ଗ୍ରହଣ କରି ଏହି ସମସ୍ୟାର ସମାଧାନ କରିବାକୁ ସର୍ବସାଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.