oom

ସାଂସଦ ଓ ବିଧାୟକଙ୍କ ଦ୍ଵାରା ମନ୍ଦିର ଓ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ଶାନ୍ତିନଗର ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ତଥା ଭୂମିପୂଜନ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ କରକମଳରେ ଏହି ଜନ ହିତକର କାର୍ଯ୍ୟକ୍ରମ ସମାହିତ ହୋଇଯାଇଛି । ରାଜଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିଲେ । ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ସମାଜସେବୀ ଏ. ନାରାୟଣ ରାଓ, ବି.ଜେ.ପି. ମଣ୍ଡଳ ସଭାପତି ସଞ୍ଜିତ ରାଉଳ,ସମାଜସେବୀ ବନୋଜ ନାହାକ, ଶ୍ରମିକ ନେତା ଏନ୍. ଦୁର୍ଯୋଧନ ରେଡ୍ଡୀ, ସମାଜସେବୀ ରୁଇନା ପଟ୍ଟନାୟକ, ସନ୍ତୋଷ ରେଡ୍ଡୀ, ସନ୍ତୋଷ ସେଠୀ, ସମାଜସେବୀ ବି. ଶଙ୍କର ରେଡ୍ଡୀ ଓ କମିଟିର ସଭାପତି ଜୟଦେବ ଲେଙ୍କା ଓ ସୀମାଞ୍ଚଳ ପୁରୋହିତ, କେ.ଚନ୍ଦ୍ରଶେଖର ରେଡ୍ଡୀ ଏଵଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଶହସ୍ରାଧିକ ସଂଖ୍ୟାରେ ଏହି ଜନହିତକର ଭୂମିପୂଜନ କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.