oom

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀବାହାଲ ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ଭୋଇ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ଗାଁର ଗୌନ୍ତିଆ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ରାଜୀବ ଲୋଚନ ଧରୁଆଙ୍କ ସଭାପତିତ୍ୱରେ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ପ୍ରଧାନ ଶିକ୍ଷକ ଚମରା ଚୂହାନ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ଭୋଇ ଜଣେ ଆଦର୍ଶ ଶିକ୍ଷକ ଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପ୍ରଥମ ବେଚର ଛାତ୍ର ତଥା ଓଡିଶା ଶିକ୍ଷା ସେବା ଅଧିକାରୀ ନେପାଲ ଚନ୍ଦ୍ର ବାଗ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅନୁଷ୍ଠାନର ତତ୍କାଳୀନ ପରିସ୍ଥିତି ଉପରେ ସ୍ମୃତି ଚାରଣ କରିବା ସହିତ ଶ୍ରୀ ଭୋଇଙ୍କ ସରଳତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠାତା କମିଟିର ସମ୍ପାଦକ ବୀରବଳ ଧାରୁଆ, ପ୍ରମୋଦ ଦାସ, ଭୁବନ ଭୋଇ, ଉଦୟନାଥ ଧରୁଆ, ସନ୍ୟାସୀ ନାଏକ, ଶିକ୍ଷାବିତ ରାଜେନ୍ଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୁଡ଼ୁ ପ୍ରଧାନ, ଓଷ୍ଟା ନେତା ସୋମନାଥ ବିଶ୍ୱାଳ, ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇ, ପୁରାତନ ଛାତ୍ର ସଂଘର ସଭାପତି ସୁନୀଲ ଦାସ, କ୍ରୀଡ଼ାବିତ ସମ୍ପତ୍ତି ପଧାନ, ସୀତାରାମ ପଧାନ ପ୍ରମୁଖ ଶ୍ରୀ ଭୋଇଙ୍କ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣନାଥ ସାହୁ, ଶାରୀରିକ ଶିକ୍ଷା ଶିକ୍ଷକ ଦିଲ୍ଲୀପ ଧରୁଆ, ପୁରାତନ ଛାତ୍ର ମେଘୁ ନାଗଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଖପାଖ ଶିକ୍ଷାନୁଷ୍ଠାନମାନଙ୍କର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ସନ୍ଧ୍ୟାରେ ଶ୍ରୀ ଭୋଇଙ୍କ ଲୋଇସିଂହା ସ୍ଥିତ ଘରେ ଅବସରପ୍ରାପ୍ତ ଜିଏସ୍ଟି କମିଶନର ଅଗସ୍ତି ନନ୍ଦଙ୍କ ପୌରହିତ୍ୟରେ ପଦଧୌତ ପର୍ବ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.