ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ

ବରଗଡ, (କେପିଏନ୍‌ଏସ୍‌) : ସୋମବାର ଦିନ ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ଏ. ବି. ଇ.ଓ. ଜୟକୁମାର ସାହୁ । ଶ୍ରୀ ସାହୁ ପୂର୍ବରୁ ପଦ୍ମପୁରରେ ଏ.ବି.ଇ.ଓ ସିୟୁ ଏମ୍‌.ବିଆର.ସିସି ପଦବୀ ଖୁବ ସୁନ୍ଦର ତଥା ଉଚ୍ଚକୋଟିର ଭାବରେ ନିଜର ଦାୟିତ୍ୱ ତୁଲାଇ ଥିଲେ । ସେ ଜଣେ ସୁଦକ୍ଷ, ପାରଙ୍ଗମ, ତଥା ଶୃଙ୍ଖଳିତ ବରିଷ୍ଠ ଅଧିକାରୀ ଭାବରେ ପରିଚିତ । ଏହା ପୂର୍ବରୁ ଶ୍ରୀ ସାହୁ ଗାଇସିଲେଟ ବ୍ଲକରେ ଏ. ବି. ଇ. ଓ. ଭାବରେ କାର୍ଯ୍ୟ ସମ୍ପାଦନ କରୁଥିଲେ । ତାଙ୍କର ଯୋଗଦାନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ପୁଷ୍ପଗୁଚ୍ଛ ତଥା ଉପଢୌକନ ଦେଇ ସ୍ୱାଗତ ଜଣାଇ ଶ୍ରୀ ସାହୁଙ୍କ ଯୋଗଦାନ ଫଳରେ ବ୍ଲକର ଶୈକ୍ଷିକ ତଥା ସହ ଶୈକ୍ଷିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଆହ୍ଵାନ କରିଥିଲେ ଏବଂ ଉକ୍ତ ସମାରୋହରେ ଏ. ବି. ଇ. ଓ. ରାମସିଂ ଭୋଇ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଶ୍ରୀ ସାହୁଙ୍କ ଯୋଗଦାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବୁଦ୍ଧିଜୀବୀଙ୍କ ମହଲରେ ଖୁସିର ଲହରି ଖେଲିଯାଇଛି ।

jittmm
Leave A Reply

Your email address will not be published.