centurian jitm

ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପନିବନ୍ଧକ ସମବାୟ ସମିତି ସମୁହ, ବଲାଙ୍ଗିର ବିଭାଜନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଆନ୍ତଜାତୀୟ ସମବାୟ ବର୍ଷ ୨୦୨୫ ଅବସରରେ “ଓଡିଶା ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ” ଶୀର୍ଷକ ଉପରେ ଉପନିବନ୍ଧକ ପ୍ରମୋଦ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଏକ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମବାୟ ବିଭାଗର ସମବାୟ ନିରୀକ୍ଷକ ସୁଶ୍ରୀ ସମିଧା ଅଗ୍ରୱାଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କଲାପରେ ଅତିଥି ମାନେ ମଧୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ । ସୁଶ୍ରୀ ଉଷା ରାଣୀ କୁଅଁର ଓ ସୁଶ୍ରୀ ବର୍ଷାରାଣୀ ବାରିକ ଅତିଥି ମାନଙ୍କ ଉପଢୌକନ ଦେଇ ସମ୍ମାନିତ କରିବା ପରେ କାଶ୍ମୀରର ପହଲଗାମ ଠାରେ ନିରସ୍ତ୍ର ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀଙ୍କ ଶିକାର ହୋଇ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦ୍‌ଗତି ପୂର୍ବକ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲାର ସୁନାମଧନ୍ୟ ନାଟ୍ୟକାର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟଅତିଥି ଓ ପାଟଣାଗଡ ଜବାହର ଲାଲ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପିକା ପ୍ରିୟମ୍ବଦା ହୋତା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଓଡିଶା ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବିସ୍ମରଣୀୟ ଅବଦାନ, ଓଡିଶାର ସ୍ୱାଭିମାନ ରକ୍ଷା ପାଇଁ ତାଙ୍କର ଉତ୍ସାର୍ଗୀକୃତ ସଂକଳ୍ପ ଉପରେ ଆଲୋକପାତ କରି ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ଉପସ୍ଥିତ ସମବାୟ ପରିବାରର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ NABARD DDM ଡ. ବିବେକ କୁମାର ନାୟକ ଯୋଗଦେଇ ଆଗାମୀ ଭବିଷ୍ୟତରେ ସମବାୟ ବିସ୍ତାରିତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଦାସ ସଭାରେ ୨୫୦ରୁ ଉର୍ଦ୍ଧ ସଂଖ୍ୟା ରେ ଉପସ୍ଥିତ ସମବାୟ ବିଭାଗର ବର୍ତ୍ତମାନର ତଥା ପ୍ରାକ୍ତନ କର୍ମଚାରୀ, ବ୍ୟାଙ୍କର କର୍ମଚାରୀ, ବିଭିନ୍ନ ସମିତିର କର୍ମଚାରୀ ଓ ପରିଚାଳନା ପରିଷଦର ସଭ୍ୟ ସଭ୍ୟା, ସାମ୍ବାଦିକ ତଥା ମଂଚାସୀନ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ୩ ଗୋଟି ଉତ୍ତମ ସମବାୟ ସମିତିଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପନିବନ୍ଧକ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.