କୈବର୍ତ୍ତ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଗତ ୨୨ତାରିଖ ଦିନ କାଶ୍ମୀରର ପହଲଗାମ୍ ଠାରେ ପାକିସ୍ତାନ ସମର୍ଥିତ ଲସ୍କର ପଏ ପତୋଏବା ସହ ଜଡ଼ିତ ଟିଆର୍‌ଏଫ୍ ଆତଙ୍କବାଦୀ ଦ୍ଵାରା ହୋଇଥିବା ବର୍ବର ଗଣହତ୍ୟାର ପ୍ରତିବାଦରେ ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ଏକ ପ୍ରତିବାଦ ସଭା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିବାଦ ସଭାରେ ସମାଜର ସଭାପତି ରୋହିତ କୁମାର ସେଠୀ ଉକ୍ତ ଘୃଣ୍ୟ ଘଟଣାକୁ ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏଥିରେ ସମ୍ପୃକ୍ତ ଆତଙ୍କବାଦୀ ଗୋଷ୍ଠୀକୁ ଖୋଜି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାରଙ୍କ ଠାରେ ଦାବୀ ଜଣାଇଥିଲେ । ଘଟଣାରେ ମୃତ ସମସ୍ତ ବ୍ୟକ୍ତିଙ୍କ ପାଇଁ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ସମବେଦନା ଜ୍ଞାପନ କରାଯାଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ କୈବର୍ତ୍ତ ସମାଜର ସଭ୍ୟସଭ୍ୟାମାନେ ଯୋଗଦେଇ ଜୀବନ ହାରିଥିବା ପରିବାରକୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.