
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ପୂର୍ବତନ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ଆଜି ସ୍ଥାନୀୟ ପୂର୍ବତନ ସୈନିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସୈନିକମାନେ ଏକାଠି ହୋଇ ଜମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ମାନଙ୍କୁ କ୍ୟାଣ୍ଡଲ ଜାଳି ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲେ । ଯେଉଁଭଳି ଭାବରେ ପର୍ଯ୍ୟଟକ ମାନଙ୍କୁ ଆତଙ୍କୀମାନେ ହତ୍ୟା କରିଛନ୍ତି, ସେଥିପାଇଁ ଖୁନ୍କା ବଦଲା, ଖୁନ୍ରେ ନେବା ସସ ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ପୂର୍ବତନ ସୈନିକମାନେ ।