csstore

କାଶ୍ମୀର ଘାଟି ଘଟଣାକୁ ବିରୋଧ କରି କେସିଙ୍ଗା ସହରରେ ମହମ ଯାତ୍ରା

କେସିଙ୍ଗା, (ପ୍ରିତେଶ ପଟେଲ) : ଭାରତର ମିନି ସ୍ଵିଜରଲାଣ୍ଡ କହୁଥିବା କାଶ୍ମୀରର ପହଲଗାମ ପର୍ଯ୍ୟଟନ ସ୍ଥଳୀ ରେ ତା ୨୨.୦୪.୨୫ ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମ ଆଧାରରେ ବାଛି ବାଛି ହିନ୍ଦୁ ପର୍ଯ୍ୟଟନଙ୍କୁ ଗୁଳି କରି ହତ୍ୟା କରିଥିଲେ । ସାରା ବିଶ୍ୱରେ ଏହି ଆତଙ୍କବାଦୀଙ୍କ ରକ୍ତ ଚରିତ ଘଟଣାକୁ ଘୋର ନିନ୍ଦା କରାଯାଇଥିଲା ଏହି ଅବସରରେ କେସିଙ୍ଗା ସହରରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ମହମ ଯାତ୍ରା ଗୌରୀ ଶଙ୍କର ମନ୍ଦିରରେ ସମାପନ ହୋଇଥିଲା । ସରକାରଙ୍କ ନିକଟରେ ରେ ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ଆତଙ୍କବାଦ ମୁର୍ଦାବାଦ ସ୍ଲୋଗାନ ଦେଇଥିଲେ । ଉକ୍ତ ମହମ ଶୋକ ଯାତ୍ରାରେ କେସିଙ୍ଗା ସହରର ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ, ଅରୁଣ ଅଗ୍ରୱାଲ, ସେମପାଳ ବର୍ମା, ରମେଶ ପଟ୍ଟନାୟକ, ସରିତା ସିନ୍ଦୁର, ବଜରଙ୍ଗ ଜୈନ, ପିଙ୍କୁ ପରିଡା, ଧରଣୀ ନାୟକ, ବିମଳ ବାଗ, ଯୁଗଳ କିଶୋର ଦୀପ, ଉତ୍ତର ମହଲା, ବିଜୟ ପାଢି, ରଜନ ପାଢି, ସହିତ କେସିଙ୍ଗାର ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ସହ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.