centurian jitm

ପିଏମ୍‌ ଶ୍ରୀ ସରକାରୀ ହାଇସ୍କୁଲ ଜୁନାଗଡରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ

nschool

କଳାହାଣ୍ଡି, (କେପିଏନ୍‌ଏନ୍‌) : ପିଏମ୍‌ ଶ୍ରୀ ସରକାରୀ ହାଇସ୍କୁଲ ଜୁନାଗଡରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଆର୍ତତ୍ରାଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ‘ପୃଥିବୀ ଆମ ମାଆ ଓ ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ’ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଜାତୀୟ ସ୍ତରର ଚେସ କ୍ରୀଡ଼ାବିତ ସୁଧିର କୁମାର ବେହେରା, ଅନ୍ୟତମ ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ସ୍ତରୀୟ ବିଜ୍ଞାନ ସାଧନ କର୍ମୀ ମଳୟ କୁମାର ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ । ଛାତ୍ରୀ ବାସନ୍ତୀ ସାହୁ ପୃଥିବୀର ସୁରକ୍ଷା ନିମନ୍ତେ ଛାତ୍ରର କର୍ତ୍ତବ୍ୟ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମଟିକୁ ଏନ୍‌ସିସି ଶିକ୍ଷକ ତଥା ଯୁବକବି ସଂଜୀବ ପଣ୍ଡା ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ନମିତା ଶବର, ଦେବାଶିଷ ପାଣିଗ୍ରାହୀ, ଭୀଷ୍ମଦେବ ବୁଡ଼େକ, ଚିତ୍ତରଞ୍ଜନ ମହାନନ୍ଦ ଓ ସମସ୍ତେ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.