csstore

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଫୁଲବାଣୀ : ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା । ଏଥିପାଇଁ ଆଜି ଭୂମିପୂଜା ଓ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୧୫୦ ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯିବ । ବିଭିନ୍ନ ପ୍ରତିଷ୍ଠିତ ବାଣିଜ୍ୟିକ ପ୍ରତିଷ୍ଠାନ ଯୋଗ ଦେଇ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରିବେ । ଏଥିସହ ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ୱତନ୍ତ୍ର ଷ୍ଟଲ୍ ମଧ୍ୟ ରହିବ । ପ୍ରତ୍ୟେକ ସନ୍ଧ୍ୟାରେ ଗୀତ ନାଚ ଓ କୌତୁକ ପୋଷାକ ପ୍ରତିଯୋଗିତା ଆୟୋଜିତ ହେବ । ଆଗଧାଡିର ସାଂସ୍କୃତିକ ଅନୁଷ୍ଠାନ ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ମେଳା କନ୍ଧମାଳ ଜିଲ୍ଲାବାସୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ରାଧାମୋହନ ମହାପାତ୍ର କହିଛନ୍ତି । କମିଟି ଅଧକ୍ଷ ସୁନୀଲ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସୁଜିତ୍ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସଦସ୍ୟା ରୁପମ୍ବିକା ତ୍ରୀପାଠୀ, ମୁସ୍କାନ ସୁଆର, ନିହାରିକା ମହାନ୍ତି, ଦିଲ୍ଲୀପ ମହାପାତ୍ର, ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ, ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଅଜିତ ମହାରଣା, ଗୋପାଳ କୃଷ୍ଣ ପଟ୍ଟନାୟକ, ଅଜିତ ମହାରଣା, ବୈଦ୍ୟନାଥ ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.