csstore

ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : କାନୁଟକୁ ହରାଇ ଦେବଙ୍ଗ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ୍‌ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଂଚମ ଦିନରେ ପହଂଚିଛି । ପଂଚମ ଦିବସରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ମୁରିବାହାଲ ବ୍ଲକପ୍ରତିନିଧି ଶ୍ରୀବତ୍ସ ବେହେରା, ପତ୍ରାପାଲି(କ) ପଂଚାୟତର ସରପଂଚଙ୍କ ପ୍ରତିନିଧି ଯୁଦ୍ଧିଷ୍ଠିର ଭରାସଗ୍ରିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ, ଆଦିବାସୀ ନେତା ସୁରେଶ ଭୋଇ, ଦୀପକ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସରେ କାନୁଟ ଓ ଦେବଙ୍ଗ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଦେବଙ୍ଗ ଦଳ ବିଜୟୀ ହୋଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି । ରେଫରୀ ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଶଶାଙ୍କ ଶେଖର ଦାସ ଯାଦବ, ବୈଷ୍ଣବ ତାଣ୍ଡି, ନବୀନ ସରାଫ ସହ ଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଡବ୍ଲ୍ୟୁ ହଂସ, ଦିବ୍ୟ ନାଏକ, ରଶ୍ମିକାନ୍ତ ସିନ୍ଦୁର, ଯଯାତି ସିନ୍ଦୁର, ପିଣ୍ଟୁ ଦାସ, ସୁନିଶ ପ୍ରଧାନୀ, ସୁଜିତ ପ୍ରଧାନୀ, ଭରତ ନାଏକ, ମଣ୍ଟୁ ସରାଫ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.