
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୂରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀ ରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଦୟଣାଚୋରୀ ଯାତ୍ରା ମେଳଣ ଜମାଣ ମହାସମାରୋହରେ ଶୁକ୍ରବାର ମଧ୍ୟ ରାତ୍ରରୁ ଅନୁଷ୍ଠିତ ସୋମବାର ଉଯାପିତ ହୋଇଯାଇଛି । ୨ଟି ପୃଥକ ସୁସଜ୍ଜିତ କୁଞ୍ଜ ବିମାନରେ ଦୁଇ ଠାକୁରଙ୍କ ଶୋଭାଯାତ୍ରା ସହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ନଦିଆ ସଂକ୍ରିତନ, ଘଣ୍ଟ, ଶଙ୍ଖ, ତୁରୀ ବାଦ୍ୟ, ବାଜା, ନାଗା, କଳାଘୋଡାସହ ବିଭିନ୍ନ ସାହିର ଭାଡି ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀ, ହନୁମାନ, ବଗ, ମୟୁର, ବିଶାଳକାୟ ମିଶ୍ରିତ ଜନ୍ତୁ, ଅଧାଶିବପାର୍ବତୀ, କଳା ହନୁମାନ, ଷଣ୍ଢ, ଗରୁଡଙ୍କ ବିରାଟ ପ୍ରତିମୁତ୍ତିୃର ଭାଡି ସହିତ ଡିଜେର ବାଦ୍ୟ ତାଳେ ତାଳେ ଯୁବ ଗୋଷ୍ଟୀଙ୍କ ନୃତ୍ୟ ଓ ପ୍ରସିଦ୍ଧ ତଥା ଆଦି ସଲଟଣରେ ସାମିଲ ହୋଇଥିଲେ । ଘୋରଡିଆ ହାଟ ବଜାରରେ ପ୍ରତିଷ୍ଠିତ କଳ୍ପିତ ଦୟଣା ଉଦ୍ୟାନରେ ଶ୍ରୀଜିଉଙ୍କ ଦୟଣାଚୋରୀ ନୀତି ସଂପାଦିତ ହୋଇଥିଲା । ଏହି ଯାତ୍ରା ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାବେଶକୁ ନିୟନ୍ତ୍ରଣ ନେଇ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୂତୟନ ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ଦୋକାନ ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ, ମେଲୋଡି, ଭଜନ ସମାରୋହ, ଦୟଣାଚୋରି ସାହିତ୍ୟ ଆସର, ମେଣ୍ଢା ଲଢେଇର ଆୟୋଜନ ଦୟଣାଚୋରୀ ମେଳଣ ସାଂସ୍କୃତିକ ପରିଷଦ ପକ୍ଷରୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା । ଚାରି ଦିନ ଧରି ସମଗ୍ର ମେଳଣ ପଡିଆ ଅଞ୍ଚଳରେ ଜନ ସୁନାମି ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ, କାଳ ବୈଶାଖୀ ବର୍ଷା ହେତୁ ଏଥିରେ ବାଧାପ୍ରାପ୍ତ । ସୋମବାର ମେଳଣ ଉଦଯାପନ ଶେଷ ଦିବସରେ ଦୟଣାଚୋରୀ ମେଳଣ ସାଂସ୍କୃତିକ ପାରିଷଦ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଓ ଉଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ସମାଜସେବୀ ବିଧାନଚନ୍ଦ୍ର ରାୟ, ରମେଶ ପାଟଶାଣୀ, ଶଶି ଶେଖର ରାୟ, ପ୍ରହଲ୍ଲାଦ ବଳିୟାରସିଂହ, ଯୁଧିଷ୍ଠିର ମାର୍ଥା, ଇସାକ ଖାଁ, ସୋମନାଥ ମଙ୍ଗରାଜ, ଶିକ୍ଷାବିତ ଆର୍ତ୍ତତ୍ରାଣ ମହାନ୍ତି, ଅକ୍ଷୟ ଗିଲ ପ୍ରମୁଖ ଯୋଗଦେଇ ମେଳଣ ଐତ୍ୟହ, ପରମ୍ପରା, ସଂକୃତି ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ କାର୍ଯ୍ୟକ୍ରମ ସଫଳତା ନେଇ କମିଟି ସଦସ୍ୟ ଏବଂ ମେଳଣ ସମ୍ବାଦ ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । କମିଟି ସଦସ୍ୟ ବିଭୁତି ଭୂଷଣ ପରିଡାଙ୍କ ଅକାଳ ବିୟୋଗ ନେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମେଳଣ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ । ଶେଷରେ ଶଶି ଶେଖର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।