
ସହଯୋଗ ଫାଉଣ୍ଡେସନଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ପୁନଃସ୍ଥାପନ ପାଇଁ ଏସ୍ପି ଅଭିଳାଷ ଜିଙ୍କୁ ଅନୁରୋଧ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଗତ କିଛି ଦିନ ଧରି ଅପରାଧିକ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ପ୍ରସଙ୍ଗରେ, ସହଯୋଗ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପୋଲିସ ସୁପାରଟେଣ୍ଡେଣ୍ଟ (ଏସ୍ପି) ଶ୍ରୀ ଅଭିଳାଷ ଜି, ଆଇପିଏସ୍ଙ୍କୁ ଏକ ଲିଖିତ ଅନୁରୋଧପତ୍ର ଦାଖଲ କରାଯାଇଛି । ସେଥିରେ ଜିଲ୍ଲାରେ ଶାନ୍ତି ଓ ନିରାପତ୍ତା ପୁନଃସ୍ଥାପନ ପାଇଁ ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଅନୁରୋଧପତ୍ରରେ ଉଲ୍ଲେଖ ରହିଛି ଯେ, ଚୋରି, ହିଂସା ଓ ମାଦକଦ୍ରବ୍ୟ ବ୍ୟବହାର ଘଟଣା ଦିନକୁ ଦିନ ବଢ଼ିବା ସାଙ୍ଗରେ, ଖୋଲାଖୋଲି ଭାବରେ ଦେଶୀ ମଦ ଓ ନାର୍କୋଟିକ୍ସ ବିକ୍ରି ହେଉଛି, ଯାହା ଅବୈଧ ଓ ଅପରାଧିକ ଥିବା ସହ ବଲାଙ୍ଗିର ଯୁବପିଢି ପାଇଁ ଏକ ଭୟଙ୍କର ସମସ୍ୟା ହୋଇପଡ଼ିଛି । “ବଲାଙ୍ଗିର ଏକ ସଂସ୍କୃତିକ ଐତିହ୍ୟ ଓ ଶାନ୍ତିପ୍ରିୟ ଲୋକମାନଙ୍କ ଶହର । ଏଠାରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଏହି ଶହରର ଛବିକୁ ଦୂଷିତ କରୁଛି ଓ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି,” ବିବୃତିରେ ଲେଖାଯାଇଛି । ସେମାନେ ଏହି ଯୋଜନାରେ ପୋଲିସ ଓ ପ୍ରଶାସନ ସହ ମିଶି କାମ କରିବା ପାଇଁ ୨୪ଘଣ୍ଟ ସମୟ ଉପଲବ୍ଧ ରହିବା ଓ ସମସ୍ତ ପ୍ରକାର ସହଯୋଗ ଦେବା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହି ଅନୁରୋଧ ସମାଜର ବିଭିନ୍ନ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି ଓ ସମସ୍ତେ ଆଶା କରୁଛନ୍ତି ଯେ ବଲାଙ୍ଗିରରେ ଶୀଘ୍ର ଏବଂ କଠୋର ପଦକ୍ଷେପ ଗ୍ରହଣ କରାଯିବ ।