centurian jitm

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିଠାରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜି ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଅଶୋକ କୁମାର ତରିଆ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଫାଷ୍ଟ ଏଡ଼ର ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ଦୁର୍ୟୋଧନ ପଶାୟତ ସାଧନ କର୍ମୀ ଭାବେ ଯୋଗଦେଇ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ହଠାତ୍ ମୂର୍ଚ୍ଛା ହେବା, ରୋକୋଭରି ପୋଜିସନ, ସାପ କାମୁଡା,ଏବଂ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା, ମୁଣ୍ଡ ଫଟା, ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଡେମଷ୍ଟେସନ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଉପେନ୍ଦ୍ର ଚନ୍ଦନ ସଂଯୋଜନା କରିଥିଲେ । ଶିକ୍ଷକ ମଧୁସୂଦନ ପଟେଲ, ମନୋଜ ମଲ୍ଲିକ, ଦ୍ଵିତୀୟା ମଲ୍ଲିକ, ସୁଧୀର କୁମାର ଶଗ୍ରିଆ, ସୁରେନ୍ଦ୍ର ମାଝୀ, ବିଦୁର ସିକା, ଶିକ୍ଷୟତ୍ରୀ ରାଜଶ୍ରୀ ପୂଜାରୀ, ତବସୁମ ଯାହାନ ବେଗମ୍, ସଂଗୀତା ଶେଠ୍, ଶେଫାଳୀ ପ୍ରଧାନ, କସ୍ତୁରୀ ମାଝୀ , ହେମିନ ଧରୁଆ, ନମିତା ପାଣିଗ୍ରାହୀ, ତରନେଶ୍ୱରି ଶବର, ସମେତ ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଜୁନିଅର ରେଡକ୍ରସ୍ ପରାମର୍ଶଦାତା ଶିକ୍ଷକ ଉପେନ୍ଦ୍ର ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.