
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦମକଳ କେନ୍ଦ୍ର ତରଫରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ୮୧ ତମ ଓଡ଼ିଶା ଅଗ୍ନିଶମ ସେବା ଦିବସ ପାଳିତ ହୋଇଯାଇଛି । ଜନ ସଚେତନତା ଅଭିଯାନ ସ୍ୱରୁପ ସପ୍ତାହ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମୋକ୍ ଡ୍ରିଲ୍ କରାଯାଇ ଜନ ସଚେତନତା କରାଯାଉଛି । ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଆକୁ ଆୟତ୍ତ କରିବା, ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ କୌଣସି ଅସୁବିଧା ବଶତଃ ଅଘଟଣ, ସର୍ଟସର୍କିଟ ଜନିତ ଦୁର୍ଘଟଣା, ଅଗ୍ନିକାଣ୍ଡ ଘିଟି ଯିବା, ଆଦି କ୍ଷେତ୍ରରେ ବିଭିନ୍ନ ସତର୍କତ୍ତା ମୂଳକ ପଦକ୍ଷେପ ମାନ ଲୋକଙ୍କୁ ଦର୍ଶାଯାଇଛି । ଅଗ୍ନି ନିର୍ବାପକତା ପ୍ରତି ବିଶେଷ ଧ୍ୟାନ ଦେବା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ ଆଦି ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଫାୟାର ବ୍ରିଗେଡିୟର ଟିମ୍ଙ୍କ ସହ ବରିଷ୍ଠ ଛତ୍ରପୁର ଦମକଳ କେନ୍ଦ୍ର ଅଧିକାରୀ ଧନଞ୍ଜୟ ମଲ୍ଲିକ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ସେବା ଦଳ ଓ ପୋଲିସ ଅଧିକାରୀ, ପୋଲିସ ବାହିନୀ ପକ୍ଷରୁ ସୋମବାର ବିଳମ୍ବିତ ରାତ୍ରିରେ ଛତ୍ରପୁର ମୁଖ୍ୟ ବଜାର ରିକାପଲ୍ଲୀ ସ୍ଥିତ ଏକ୍ସ୍-ପ୍ରେସ୍ ବଜାର ମହଲ ନିକଟରେ ମିଳିତ ମୋକ୍ ଡ୍ରିଲ୍ ଅପରେସନ କରାଯାଇ ଜନ ସଚେତନତା କରାଯାଇଥିଲା । ଫାୟାର ବ୍ରିଗେଡିୟରଙ୍କ ସହ ଅଧିକାରୀଙ୍କ ଚମତ୍କାର ପ୍ରଦର୍ଶନ ଛତ୍ରପୁର ବାସୀଙ୍କୁ ବିସ୍ମିତ କରିଥିଲା ।