କୋରାପୁଟରେ ବ୍ରହ୍ମପୁରର ନାଟକ ଉଚ୍ଚ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ବ୍ରହ୍ମପୁରର କଳାକାର ପ୍ରତିଷ୍ଠାନ ଦ୍ୱାରା ଗତ ୧୨ ତାରିଖରେ ମଞ୍ଚସ୍ଥ ହୋଇଥିଲା । ଉକ୍ତ ହାସ୍ୟବ୍ୟଙ୍ଗ ନାଟକ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଏହି ନାଟକଟିକୁ ଡ଼ଃ. ମିହିର ତ୍ରିପାଠୀ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ପ୍ରସାଦ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ଭାବେ ଥିଲେ, ଇ. ମନୋଜ ଦଣ୍ଡପାଟ, ଗିରିଜା ଶଙ୍କର ଦାଶ, ବିନାୟକ ହୋତା, ନଳିନୀ କାନ୍ତ ଗୌଡ଼, ସ୍ୱାଧୀନ ପାତ୍ର, ଡ. ମିହିର ତ୍ରିପାଠୀ, ସନ୍ଦୀପ ପଟ୍ଟନାୟକ, ରବିନ୍ଦ୍ର କୁମାର ନାୟକ, ସୁବାସ ମହାରଣା ଏବଂ ଗୋଧୂଳି ନାୟକ ପ୍ରମୁଖ ଅଭିନୟ କରିଥିଲେ । ଗୋକୁଳ ପଣ୍ଡା ସହଯୋଗ କରିଥିଲେ । କଳା ଓ କଳାକାର ପ୍ରତିଷ୍ଠାନ ତରଫରୁ ଏହି ନାଟକଟି ମଞ୍ଚସ୍ଥ ହୋଇଥିଲା । ଗୋଟିଏ ପାର୍କ ନିର୍ମାଣ ଏବଂ ତାହାର ଉଦଘାଟନକୁ ନେଇ ସରକାରୀ ଅର୍ଥ ବାଟମାରଣା କରି କିପରି ଶେଷରେ ଜଣେ ନିରୀହ କଳାକାରର ଜୀବନ ଚାଲି ଯାଉଛି ଏହି ନାଟକ ମାଧ୍ୟମରେ ଦେଖାଯାଇଛି । ଏହି ନାଟକଟି ଆଗରୁ ଦୁଇ ଥର ମଞ୍ଚସ୍ଥ ହୋଇସାରିଛି ।

Leave A Reply

Your email address will not be published.