centurian jitm

୫ ଦିନ ହେବ ହରିଶଙ୍କରରେ ବୈଶାଖ ମେଳା

nschool
  • ମଇ ୮ରୁ ୧୨ ଦେବାଳୟ ସୁରକ୍ଷା କମିଟିର କଥା ରଖିଲା ଜିଲ୍ଲ ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ହେଉଛି ଐତିହାସିକ ତିର୍ଥ କ୍ଷେତ୍ର । ଗନ୍ଧମାର୍ଦ୍ଦନ ପାହାଡରେ ହରି ଓ ଶଙ୍କରଙ୍କ ମିଳନ ସ୍ଥଳି । ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ବୈଶାଖ ମେଳା ଅନୁଷ୍ଠିତ ହେବ । ଏ ବର୍ଷ ନୃସିଂହ ନାଥରେ ୫ ଦିନ ଆୟୋଜନ ହେଉଥିବା ବେଳେ ହରିଶଙ୍କର ଠାରେ ଏ ବର୍ଷ ୩ ଦିନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବୈଶାଖ ମେଳାକୁ ବାହାର ରାଜ୍ୟରୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଭକ୍ତଙ୍କ ମନରେ ଅଶାନ୍ତି ସୃଷ୍ଟି ହେଉଥିଲା । ଗତ ୧୧ ତାରିଖ ଦିନ ଏ ବାବଦରେ ଦେବାଳୟ ସୁରକ୍ଷା କମିଟି ପତ୍ର ସଂଖ୍ୟା ୩୨/୨୦୨୫ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଉପସ୍ଥାପନ କରାଯାଇଥିଲା ଯେ ୫ ଦିନ କରିବା ପାଇଁ ଦାବି କରାହୋଇଥିଲା । ଏ ବିଷୟରେ ପାଟଣାଗଡ ଦେବୋତ୍ତର ବିଭାଗ, ଗନ୍ଧମାର୍ଦ୍ଧନ ସୁରକ୍ଷା କମିଟି ଗତ ୧୨ ତାରିଖ ଦିନ ବୈଠକ ବସି ୫ ଦିନ ବୈଶାଖ ମେଳା ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏ ବିଷୟରେ ଦେବାଳୟ ସୁରକ୍ଷା କମିଟି ଉପ-ସଭାପତି ପ୍ରଶାନ୍ତ ମହାକୁର ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.