
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ହତ୍ୟା ଉଦ୍ୟମ ମାମଲାରେ ଦୀର୍ଘ ୨ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅବିନାଶ ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ଫେରାର ଥିବା ୬ ଅଭିଯୁକ୍ତକୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଇତି ମଧ୍ୟରେ ଗିରଫ କରିଛି । ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିଭୁତି ଭୂଷଣ ସେଠୀ, ରଞ୍ଜିତ କୁମାର ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ କଟକ, ପୁରୀ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୁଲିସ ଅକ୍ଳାନ୍ତ ପରିଶ୍ରମ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଲିଛି ।