pr

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

dr. purohit

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ପକ୍ଷ ପାଳନ ଦିବସ ଅବସରରେ ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡାରେ ଜିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ ପକ୍ଷରୁ ” ଲୋକକଳା ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର କଳାକାର ମାନେ ଯୋଗଦେଇ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପଦ୍ମଶ୍ରୀ ପୂର୍ଣ୍ଣମାସି ଯାନୀ, ଖଜୁରୀପଡା ବ୍ଲକ ଅଧକ୍ଷକ୍ଷ ଅନିମା କହଁର, ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି, ଜିଲ୍ଲାପରିଷଦ ସଭ୍ୟ ଉର୍ବଶୀ ଡିଗାଲଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଦେଇ ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଆମନ୍ତ୍ରିତ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଜଶଲ୍ଲାର ବହୁ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନିତ ମଧ୍ୟରେ ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ, ନାଟ୍ୟକାର, ତଥା ଅଭିନେତା ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ନିଜର କଳା ନୈପୁଣ ପାଇଁ ଅତିଥି ଗଣ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.