jsm

ମନ୍ଦିର ଏବଂ ସ୍କୁଲ ନିକଟରୁ ବିଦେଶୀ ମଦ ଦୋକାନ ହଟାଯିବା ଉଚିତ : ଅଜିତ ଯୋଶୀ

csstore

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଜଗନ୍ନାଥ ମନ୍ଦିର ଏବଂ ରାମ ମନ୍ଦିର ନିକଟରେ ଚାଲିଥିବା ଦୁଇଟି ବିଦେଶୀ ମଦ ଦୋକାନ ବିବାଦ ସୃଷ୍ଟି କରିଛି । ସ୍ଥାନୀୟ ଲୋକମାନେ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି । ଏ ବିଷୟରେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ କହିଛନ୍ତି ଯେ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ବିଦେଶୀ ମଦ ଦୋକାନ ଶିକ୍ଷାନୁଷ୍ଠାନ, ମନ୍ଦିର କିମ୍ବା ଅନ୍ୟ କୌଣସି ପୂଜାସ୍ଥଳୀ ଠାରୁ ୫୦୦ ମିଟର ଦୂରରେ ରହିବା କଥା କିନ୍ତୁ ବିଦେଶୀ ମଦ ଦୋକାନ ଦୁଇଟି ଜଗନ୍ନାଥ ମନ୍ଦିର, ନୋଡାଲ ସ୍କୁଲ୍ ଏବଂ ରାମ ମନ୍ଦିର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଅବସ୍ଥିତ, ଯାହା ପୂଜାସ୍ଥଳ ଏବଂ ଶିକ୍ଷାସ୍ଥଳ ଅଟେ । ଦୋକାନର ଉପସ୍ଥିତି ମନ୍ଦିର ଏବଂ ଏହାର ଭକ୍ତମାନଙ୍କ ପ୍ରତି ଅସମ୍ମାନ ବୋଲି ବିବେଚନା କରାଯାଏ । ଏଠାରେ ଦୋକାନର ଉପସ୍ଥିତି ଅଞ୍ଚଳରେ ଅସାମାଜିକ ତତ୍ତ୍ୱ ଏବଂ ଅଶାନ୍ତି ମଧ୍ୟ ବୃଦ୍ଧି କରୁଛି । ଯଥାଶୀଘ୍ର ଏହି ଦୁଇଟି ବିଦେଶୀ ମଦ ଦୋକାନକୁ ମନ୍ଦିର ଏବଂ ସ୍କୁଲ ନିକଟରୁ ହଟାଇ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ଉଚିତ ବୋଲି ଶ୍ରୀ ଯୋଶୀ କହିଛନ୍ତି । ସରକାର ଯଥାଶୀଘ୍ର ଏ ବିଷୟ ପ୍ରତି ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବା ଉଚିତ । ନଚେତ୍ ଆଗାମୀ ଦିନରେ ସମସ୍ତ ହିନ୍ଦୁ ଭାଇଭଉଣୀ ମାନଙ୍କୁ ସାଙ୍ଗରେ ନେଇ ମନ୍ଦିର ନିକଟରୁ ବିଦେଶୀ ମଦ ଦୋକାନକୁ ହଟାଇବା ପାଇଁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଯୋଶୀ ଚେତାବନୀ ଦେଇଛନ୍ତି ।

yuvodaya
Leave A Reply

Your email address will not be published.