oom

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ପଂଚମ ଦିବସ : ସ୍ୱରାଜ ଓ ଆମ୍ବେଦକର ୱାରିୟର୍ସ ବିଜୟୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ପଂଚମ ଦିବସର ପ୍ରଥମ ମ୍ୟାଚଟି ସ୍ୱରାଜ ଓ ଟିମ୍‌ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍‌ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି ୧୨୨ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ । ଲାୟନ ଦଳ ତରଫରୁ ନିତିଶ ଭଞ୍ଜ ସର୍ବାଧିକ ୨୨ ରନ୍‌ ସଂଗ୍ରହ କରିଥିଲେ । ସ୍ୱରାଜ ଦଳ ତରଫରୁ ସଫଳ ବୋଲର ଭାବରେ ଗୌରବ ରାଉତ ୩ ଗୋଟି ୱିକେଟ ନେଇଥିଲେ । ୧୨୩ ରନ୍‌ର ବଜୟ ଲକ୍ଷ୍ୟକୁ ସ୍ୱରାଜ ଦଳ ମାତ୍ର ୧୦.୫ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲେ । ସ୍ୱରାଜ ଦଳ ତରଫରୁ ବିଶ୍ୱ ରଂଜନ ସିଂ ସର୍ବାଧିକ ୪୦ ରନ୍‌ ସଂଗ୍ରହ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ ଟି ତୁଷାର ରୟାଲ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକର ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ ଓଭରରେ ୧୪୮ ରନ୍‌ ସଂଗ୍ରହ କରିଥିଲେ । ଆମ୍ବେଦକର ଦଳ ତରଫରୁ ବାବୁଲୁ ସେଠୀ ସର୍ବାଧିକ ୩୬ ରନ୍‌ ସଂଗ୍ରହ କରିଥିଲେ । ତୁଷାର ଦଳ ତରଫରୁ ସଫଳ ବୋଲର ଭାବରେ ଗୌରବ ଦେବ କୁମ୍ଭାର ୩ଗୋଟି ୱିକେଟ ନେଇଥିଲେ । ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ତୁଷାର ଦଳ ୧୭ ଓଭରରେ ୮ ୱିକେଟ ବିନିମୟରେ ୧୩୨ ରନ୍‌ ସଂଗ୍ରହ କରି ୧୬ ରନ୍‌ରେ ପରାଜୟ ବରଣ କରିଥିଲେ । ତୁଷାର ଦଳ ତରଫରୁ ଅଂଶୁମାନ ମିଶ୍ର ସର୍ବାଧିକ ୪୦ ରନ୍‌ ସଂଗ୍ରହ କରିଥିଲେ । ଆମ୍ବେଦକର ୱାରିୟର ଦଳ ପକ୍ଷରୁ ସଫଳ ବୋଲର ଭାବରେ ବିକାଶ ବନଛୋର ସର୍ବାଧିକ ୪ ଗୋଟି ୱିକେଟ ନେଇଥିଲେ । ଆଜିର ପ୍ରଥମ ମ୍ୟାଚରେ ବିଶ୍ୱ ରଂଜନ ସିଂ ଓ ଦ୍ୱିତୀୟ ମ୍ୟାଚରେ ବିକାଶ ବନଛୋରଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବାନୀ ଶଙ୍କର ମହାନନ୍ଦ ଓ ରାହୁଲ ନାଗ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଉଭୟ ମ୍ୟାଚକୁ ସ୍ମିତ ଦଲାଇ ଓ ବିଶ୍ୱମ୍ବର ମହାକୁର ପରିଚାଳନା କରିଥିଲେ । ଆଜିର ପଂଚମ ଦିବସର ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ, ଓକିଲ ବିଜୟ ରଥ, ହରିଶଙ୍କର ପଣ୍ଡା, ପୂର୍ବତନ ଖେଳାଳି ସୁବ୍ରତ ଦାଶ, ବିଶିଷ୍ଟ ଶିଳ୍ପପତି ସୁରେଶ ମିଶ୍ର, ପୂର୍ବତନ ଖେଳାଳି ତଥା ବିସିଏଲ୍‌ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚରେ ବିସିଏଲ୍‌ ସଂପାଦକ ବିକ୍ରମ ପାତ୍ର, ଆଶିଷ ମିଶ୍ର, ତାପସ ମହାନ୍ତି, ଦେବାଶିଷ, ସୁମିତ, ବିବେକା, ମନୋଜ, ବିଶ୍ୱଜିତ, ସଂଜିବ ପଣ୍ଡା, ରମଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.