oom

ବିଜେଡିକୁ ବଡ଼ ଝଟକା ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ବିଜେପିରେ ସାମିଲ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତିରେ ପୁଣି ହଟଚମଟ । ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆରୋପ ପ୍ରତ୍ୟାରୋପର ଅନ୍ତଘଟିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ତଥା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ହେଉଥିବା ବିକାଶକୁ ଦେଖି ବୁଧବାର ସଂଧ୍ୟାରେ ଟିଟିଲାଗଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ବିଜେପି ନେତା ଶୁଭ୍ରାଂଶୁ ଦାସ, ପ୍ରଦୀପ ସାହୁ, ପ୍ରମୋଦ ସରାଫ, ଅଶ୍ଵିନୀ ସାହୁଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷାଙ୍କ ସମର୍ଥକ, ସମିତି ସଭ୍ୟ ଓ ସରପଞ୍ଚମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେପି କର୍ମୀମାନେ ସେମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.