oom

ମୁରିବାହାଲ ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ : ବିଦ୍ୟାଧର ସଭାପତି ଓ ଜିତେନ ସମ୍ପାଦକ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବ୍ୟାପକ ବିଚାର ବିମର୍ଶ ପରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ମୁରିବାହାଲ ଓକିଲ ସଂଘର ନୂତନ ସଭାପତି ରୂପେ ବରିଷ୍ଠ ଓକିଲ ବିଦ୍ୟାଧର ହାତୀ, ସାଧାରଣ ସମ୍ପାଦକ ଜିତେନ୍ ହାତୀ, ଉପସଭାପତି ସୁଦାମ ଚରଣ ବଘାର, ସହସମ୍ପାଦକ ସୁନିଲ କୁମାର ପୁଟେଲ, କୋଷାଧ୍ୟକ୍ଷ ରୂପେ ପ୍ରଶାନ୍ତ କମ୍ପ ତଥା ଉପଦେଷ୍ଟା କମିଟିରେ ବରିଷ୍ଠ ଓକିଲ ଜୟଦୀପ ପୁରୋହିତ, କୁମାର ଚନ୍ଦ୍ର ଖମାରୀ, ଶମ୍ଭୁପ୍ରସାଦ ଭୋଇ, ଜୟକୃଷ୍ଣ ଦାସ ଓ ଚୂଡ଼ାମଣି ମେହେର ମନୋନୀତ ହୋଇଥିଲେ । ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଅନ୍ୟ ଓକିଲମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ବିଶ୍ଵନାରାୟଣ ବହିଦାର, ରଏବାରୁ ପୁଟେଲ, ଦୀନେଶ ଚିନ୍ଦା, ହୃଷିକେଶ ଭୋଇ, ପ୍ରଶାନ୍ତ ଲୁହା ଓ ସୁକଦେବ ତ୍ରିପାଠୀଙ୍କ ସହ ସମସ୍ତ ଓକିଲ ଉପସ୍ଥିତ ଥିଲେ । ମୁରିବାହାଲ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

jittmm
Leave A Reply

Your email address will not be published.