p purohi

ମଧୁବନ ସ୍ଥିତ ଭୈରବୀ ମନ୍ଦିର ପ୍ରାଙ୍ଗଣରେ “ଆନ୍ଦୋଳନ”ର ପ୍ରଥମ ପୋଷ୍ଟର ରିଲିଜ

dr. purohit

ମୟୁରଭଞ୍ଜ, (ଦେବସ୍ମତି ଚୌଧୁରୀ) : ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଦ ସମୟ ଧରି ମୟୁରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଅହରହ ସଂଗ୍ରାମ ଜାରିରଖି ଆସୁଥିବା ଅଣ ରାଜନୀତି ଯୁବ ଛାତ୍ର ସଂଗଠନ ଭଞ୍ଜସେନା ବିଭିନ୍ନ ଉପାୟରେ ତାର ପ୍ରଚେଷ୍ଟା ଜାରି ରଖିଥିବା ସହିତ ଆଗାମୀ ଦିନରେ କିଭଲି ଭାବେ ଆମ ଜିଲ୍ଲା ଉନ୍ନତି ପଥରେ ଆଗେଇବ ଏବଂ ପର୍ଯ୍ୟଟନ ଶିଳ୍ପ ମାଧ୍ୟ୍ୟମରେ କିପରି ଜିଲ୍ଲାର ବେକାର ଯୁବକ, ଯୁବତୀ ମାନେ ସ୍ୱାବଲମ୍ବୀ ହେଇପାରିବେ ସେ ଦିଗରେ ଭଞ୍ଜସେନା ଜାଗ୍ରତ ପ୍ରହରୀ ହୋଇ ନଜର ରଖିଛି । ଏ ସବୁ ଦିଗକୁ ଚିନ୍ତା କରି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ ଭିନ୍ନ ପରିକଳ୍ପନା କରିଛନ୍ତି ଏବଂ ଏହାକୁ ଜିଲ୍ଲା ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ପରିକଳ୍ପନାର ନାମ ଦିଆଯାଇଛି ଭଞ୍ଜସେନା ଦ୍ୱାରା ପ୍ରସ୍ତୁତ ସିନେମା “ଆନ୍ଦୋଳନ” ଏହି ଚଳଚିତ୍ର ରଚନା କରିଛନ୍ତି ସୋମନାଥ ସାହୁ ଏବଂ ନିର୍ଦ୍ଦେଶନା ସହତ ସଂଗୀତ ଭାର ସମ୍ଭାଳିଛନ୍ତି ରାଜା ମିଶ୍ର । ଏପ୍ରିଲ ୫ ତାରିଖ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଜନ୍ମଦିନ ଅବସରରେ ମଧୁବନ ସ୍ଥିତ ଭୈରବୀ ମନ୍ଦିର ପ୍ରାଙ୍ଗଣରେ “ଆନ୍ଦୋଳନ” ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଆଜିର ଶୁଭ ମହୁରତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ରାଇଟର ସୋମନାଥ ସାହୁ , ନିର୍ଦ୍ଦେଶକ ତଥା ସଂଗୀତ କାର ରାଜା ମିଶ୍ର, ଅଭିନେତା ଅସିତ ପତି, ନିର୍ଦ୍ଦେଶକ ସଂଜୀବ ଦିବେଦୀ, ଅଭିନେତା ତାପସ ପାଢୀ ଭଞ୍ଜସେନାର ପଦାଧିକାରୀ ସତ୍ୟସ୍ୱରୂପ ଦାସ, ନିମାୟ ତ୍ରିପାଠୀ, ପିଣ୍ଟୁ ମାଇତି, ରାକେଶ ବେହେରା, ଏସ କେ ରାଜା ଖାନ, ବିଦୁରାଜ ସୋରେନ, ମନୋଜ ପାତ୍ର, ସଞ୍ଜୟ ମାହାନା, ମୁକ୍ତି ପରିଡା, ସତ୍ୟ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.