oom

ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

jsmm

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ମାହେଶ୍ଵରୀ ଅନୁଷ୍ଠାନରେ ମାହେଶ୍ଵରୀର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଲଲିତ ନାୟକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସ୍ବର୍ଗତ ନାୟକଙ୍କ ସ୍ମୃତି ଚରଣ ଓ ତାଙ୍କର ବିରଳ ବ୍ୟକ୍ତିତ୍ଵ ଉପରେ ସଦସ୍ୟ ମାନେ ଆଲୋକପାତ କରି ଥିଲେ । ସତରେତାଙ୍କ ଭିତରେ ଯେମିତି ଲୋକଙ୍କ ପାଇଁ ଭଲ ପାଇବା ଖୁନ୍ଦୀ ଖୁନ୍ଦୀ ହୋଇ ରହି ଥିଲା, ସେ ଥିଲେ ସର୍ବହରାଙ୍କ ସାହାରା, ଛାତ୍ର ରାଜନୀତିରୁ ଆରମ୍ଭ ହୋଇ ଅନୁନ୍ୟ ୫୦ରୁ ଅଧିକ ସଂଘର ନେତୃତ୍ୱ ନଉ ଥିଲେ, ସେ ଥିଲେ ନିର୍ବିବଦ୍ୟ ନେତା, ସେ ଥିଲେ ମୁକୁଟ ବିହୀନ ସମ୍ରାଟ । ପ୍ରଭୁ ଇଚ୍ଛାରେ ପ୍ରଭୂଳିନ ହେଲେ, ତାଙ୍କ ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଠି ହେଲା ତାହା ଅପୂରଣୀୟ । ଏହି ଦୁଃଖରୁ ବାହାରି ପାରି ନ ଥିଲୁ ଓ ହଠାତ୍ ଆଉ ଏକ ଦୁଃଖଦ ଖବର ଆମ ନିକଟକୁ ପହୁଞ୍ଚିଲା ଯେ ଆମ କୁଡ଼ାସିଂହା ଶାଖା ସଭାପତି ଚଟାରଞ୍ଜନ ପଧାନଙ୍କ ଅକାଳ ବିୟୋଗ ଘଟିଛି । ଆଜି ଶ୍ରୀ ନାୟକଙ୍କ ସ୍ମୃତି ରକ୍ଷା ନିମନ୍ତେ ମାହେଶ୍ଵରୀ ପରିବାରର ନିଷ୍ପତ୍ତି କ୍ରମେ ପ୍ରତି ବର୍ଷ ମାହେଶ୍ଵରୀର ବାର୍ଷିକ ଉତ୍ସବରେ ଜଣେ ସମାଜସେବୀଙ୍କୁ ଲଲିତ ନାୟକ ସମ୍ମାନ ଓ ମେଗା ରକ୍ତଦାନ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଆଜି ବଲାଙ୍ଗୀର ମାହେଶ୍ଵରୀର ସମସ୍ତ ଶାଖା କୁଡାସିଂଙା, ଆଗଲପୁର, ଲୋଇସିଂହା, ବିଜେପୁର ଏକ ସଙ୍ଗରେ ଦୀପ ପ୍ରଜ୍ବଳନ କରି ଆମର ଆତ୍ମାର ସାତଗତି କାମନା କରୁଛୁ । ଏହି ସଭାରେ ମାହେଶ୍ଵରୀର ଉପଦେଷ୍ଟା ଶ୍ରୀ ଲୋଟସ ଷଡ଼ଙ୍ଗୀ, ବ୍ୟାସଦେବ ନନ୍ଦ, ଦିନେଶ ଶର୍ମା, ଲଲିତ ସାହୁ, ମାହେଶ୍ଵରୀର ମୁଖ୍ୟ ପରିଚାଳକ ଅଙ୍କୁଶ କୁମାର୍ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖାର ସଂଯୋଜିକା ସୋନିଆ ବେଜ, ସହ ସଂଯୋଜିକ ପ୍ରିୟଙ୍କା ପଟ୍ଟନାୟକ ଓ ମାହେଶ୍ଵରୀ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.