csstore

ପଦ୍ମପୁର ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ପୂଜା : କଳସ ଆବାହନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପ୍ରସିଦ୍ଧ ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଆବାହନ କରାଯାଇଛି । ପାରମ୍ପାରିକ ପୂଜାର୍ଚ୍ଚନା ପରେ ଘଣ୍ଟ ଶଙ୍ଖବାଦ୍ୟ ସହଏକ ଶୋଭାଯାତ୍ରାରେ ବାହାରି ବଡବନ୍ଧରୁ ପୂର୍ଣ୍ଣ କଳସ ଆବାହନ ପୂର୍ବକ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଆଜିଠାରୁ ଆରମ୍ଭ ହୋଇ ମହାଦଶମୀ ପର୍ଯ୍ୟନ୍ତ ବିଧିବିଧାନ ସହିତ ଅଧିଷ୍ଠାତ୍ରୀ ଦେବୀ ମାଁ ନବଦୁର୍ଗାଙ୍କ ପୂଜାର୍ଚ୍ଚନା ହେବାକୁ ଥିବାବେଳେ ପୂଜା କର୍ତ୍ତା ଭାବେ ମନୋରଞ୍ଜନ ସାହୁ ତାଙ୍କ ଧର୍ମପତ୍ନୀ ଦିବ୍ୟାଭାରତୀ ସାହୁ ରହିଛନ୍ତି । ଏଥିରେ ମୂଖ୍ୟ ପଣ୍ଡିତ ପଣ୍ଡିତ ରଘୁନାଥ ତ୍ରିପାଠୀ, ଚଣ୍ଡି ପାଠକ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ପଣ୍ଡା, ପଣ୍ଡିତ ରାଜେଶ ନନ୍ଦ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିବେ । ବନଦୂର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା, ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଶଙ୍ଖୁଆ ରାଜିନ ମହାପାତ୍ର, ବାରିକ ଗୌରାଙ୍ଗ ବାରିକ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରିବେ । ପୂଜା ପରିଚାଳନା କମିଟି ସଭାପତି ଡ଼ଃ ପ୍ରଭାତ ନାରାୟଣ ତ୍ରୀପାଠୀ, ସଂପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନୀଲ କୁମାର ବେହେରା, ସୁଶାନ୍ତ ପ୍ରଧାନ, ଗଜାନନ ଶର୍ମା, ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଷୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.