csstore

ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ଏବଂ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି ତଥା ଜିଲ୍ଲାସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଚେତନତା ରାଲିରେ ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ମମତା ପ୍ରୋଗ୍ରାମ ଏସିଷ୍ଟାଣ୍ଟ, ଡିଏସ୍‌ଡବ୍ଲୁଓ, ପ୍ରୋଗ୍ରାମ ଅଫିସର, ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ଏ ସମ୍ପର୍କିତ ଏକ ସଚେତନତା ରଥ ବାହାରିଥିଲା । ତତ୍‌ ସହିତ ଗଙ୍ଗସାଗର ହାଇସ୍କୁଲ (ପାଟଣାଗଡ), ସଇଁତଲା, ରାମଚନ୍ଦ୍ରପୁର, ଆଶ୍ରମ ସ୍କୁଲ ଏବଂ ଚୂଡାପାଲି ଆଶ୍ରମସ୍କୁଲରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ଜିଲ୍ଲାସ୍ତରୀୟ କର୍ମଶାଳାରେ ଗର୍ଭଧାରଣ ଏବଂ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତ ଅଧ୍ଵନିୟମ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ସମ୍ପର୍କିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ଯୋଗଦାନ କରିଥିଲେ । ଏହା ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାପାତ୍ର, ବିଷୟ ବିଷାରଦ ଭାବରେ ଡଃ. ସଞ୍ଜୟ କୁମାର ମିଶ୍ର କେଭି କଲେଜର ପ୍ରଫେସର ଏବଂ ଡଃ. ସୁଧା ବାର୍ଲା ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟର ସାମାଜିକ ମୂଲ୍ୟବୋଧ ତଥା ଆଇନତଃ ଏହି ସମ୍ପର୍କିତ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଡଃ. ସୁଧା ବାର୍ଲା କନ୍ୟା ଭ୍ରୁଣହତ୍ୟା ସମ୍ପର୍କିତ ଆଇନର ବିଭିନ୍ନ ଦିଗ ତଥା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରବର୍ତ୍ତିତ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ କହିଥିଲେ । ସମସ୍ତ ବ୍ଲକର ସିଡିପିଓ ଏବଂ ସୁପରଭାଇଜର ମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ପରିଶେଷରେ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମମତାର ଜିଲ୍ଲା ସଂଯୋଜିକା ଶିବାନୀ ଠାକୁର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.