oom

ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ବାଲି ଚୁଆ ହି ସାହା ଭରସା : ସମସ୍ୟା ଭୋଗୁଛନ୍ତି ବରକାନି ଗ୍ରାମବାସୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କାର ଯୋଜନା କରାଯାଉଛି । ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଦୁର୍ଗମରେ ଥିବା ବରକାନି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି । ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି ଗ୍ରାମବାସୀ ବାଲି ଚୁଆ କରି ପାଣି ସଂଗ୍ରହ କରୁଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଂଚାୟତ ଦୁର୍ଗମର ବରକାନି ଗାଁର ଗ୍ରାମବାସୀ ମାନେ ଜଙ୍ଗଲ ତଲି ଏହି ଦୁର୍ଗମ ଗାଁରେ ଦେଖିବାକୁ ମିଲିଛି ବିଶୁଦ୍ଧ ପାନୀୟ ଜଳର ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା । ପିଇବା ପାଣି କେଉଠିଁ ମିଲିବ । ହାତ ରେ ଗରା, ବାଲଟି, ଡେକଚି ଧରି ମହିଳା ମାନେ ସକାଲୁ ଯାଇ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି । ଗାଁରେ ଥିବା ନଦୀରେ ବାଲିଚୁଆ ନିକଟରେ ପାଣି ପାଇଁ ଘଣ୍ଟା ଘଣ୍ଟା ସମୟ ଧରି ବାଲି ଚୁଆ କରି ଅଳ୍ପ ଅଳ୍ପ କରି ପାଣି ସଂଗ୍ରହ କରିଥାନ୍ତି । ପାଣି ପାଇଁ ନିଜ ନିଜ ମଧ୍ୟରେ ଝଗଡା ଲାଗିଥାନ୍ତି । ସକାଳ ପାହାନ୍ତିଆ ୪ ଘଟିକାରୁ ପାଣି ପାଇଁ ନ ଗଲେ ପାଣି ମିଲେ ନାହିଁ । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗଣିତ ହୋଇପଡିଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି ହେଲେ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ୨ ୱାର୍ଡ ବିଶିଷ୍ଟ ବରକାନି ଗାଁ ରେ ଦୀର୍ଘ ବର୍ଷରୁ ପାଣି ସମସ୍ୟା ଲାଗି ରହିଛି । ଗାଁରେ ତିନୋଟି ନଲକୂପ ଥିବା ବେଲେ ୨ ଟି ଅଚଳ ହୋଇଥିବା ବେଲେ ଅନ୍ୟଟି ଆବଶ୍ୟକ ପାଣି ବାହାରୁ ନାହିଁ । ଗାଁର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ଦୁଇଟି ନୂତନ ନଲକୂପ ସହ ଓଭରହେଡ ଟ୍ୟାଙ୍କ ଓ ଘରକୁ ଘର ପାଣି ଯୋଗାଣ କରିବା ପାଇଁ ଦାବି କରିଛନ୍ତି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ବ୍ଲକ ସମ୍ମୁଖରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।ଏ ନେଇ ଆମେ ପାନୀୟ ଜଳ ବିଭାଗ ର ଏସଡିଓ ପ୍ରଶାନ୍ତ ବାଗେ ଙ୍କୁ ଯୋଗାଯୋଗ କରିବାରୁ, ସେ କହିଛନ୍ତି ଅଚଳ ନଲକୂପକୁ ଶୀଘ୍ର ସଜାଡିବା ସହ ଗାଁରେ ଥିବା ପାନୀୟ ଜଳ ସମସ୍ୟାକୁ ଅତିଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଗାଁର ପାନୀୟ ଜଳ ସମସ୍ୟାକୁ ସମାଧାନ କରୁଛି ।

jittmm
Leave A Reply

Your email address will not be published.