
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ): ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପକ୍ଷରୁ ରାଜଯୋଗିନୀ ଦାଦି ଜାନକୀଙ୍କ ୫ମ ଶ୍ରାଦ୍ଧ ସ୍ତୁତି-ବାର୍ଷିକୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା. ୧ / ୧/ ୧୯୧୬ ହୋଇଥିବା ବେଳେ ତାହାଙ୍କ ବିୟୋଗ ତା.୨୭ / ୩ / ୨୦୨୦ରେ ମାତ୍ର ୧୦୪ ବର୍ଷ ବୟସରେ ମାଉଣ୍ଟଆବୁ ମୁଖ୍ୟକାର୍ଯ୍ୟାଳୟରେ ଆଶ୍ରମ ଜୀବନରେ ରହି ଦେହ ତ୍ୟାଗ କରିଥିଲେ । ଦାଦି ଜାନକୀ ମାଉଣ୍ଟଆବୁ ସ୍ଥିତ ମୁଖ୍ୟକାର୍ଯ୍ୟାଳୟର ତୃତୀୟ ପୀଢ଼ି ଭାବେ ପ୍ରଶାସନିକ ମୁଖ୍ୟ ଦାୟିତ୍ଵ ନିର୍ବାହ କରି ପୃଥିବୀରେ ଶାନ୍ତି ବିରାଜମାନ ଲାଗି ଅହରହ ସଂଗ୍ରାମ ଜାରୀ ରଖିଥିଲେ । ଈଶ୍ୱର ସର୍ବଶ୍ରେଷ୍ଠ ସ୍ଥିରମତୀ ନାରୀ ଭାବେ ସେ ବୈଦେଶିକ ସଂସ୍ଥା ତରଫରୁ ମାନ୍ୟତାପ୍ରାପ୍ତ ହୋଇଛନ୍ତି । ବ୍ରହ୍ମାକୁମାରୀ ମାନଙ୍କ ଦ୍ଵାରା ସହଜ ରାଜଯୋଗ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିଛନ୍ତି । ବିଶ୍ଵ ଦରବାରରେ ଶାନ୍ତିର ବାର୍ତ୍ତାବହନ କରିଆସିଥିଲେ । ସେ କହିଥିଲେ ଯେ’ ମନୁଷ୍ୟ ଜୀବନରେ ଭୋଗ ବିଳାସ ଜୀବନଯାପନକୁ ଏଡ଼ାଇ ରାଜଯୋଗ ମାଧ୍ୟମରେ ନିଜକୁ ଉତ୍ସର୍ଗୀକୃତ ହୋଇ ସାରସ୍ଵତ ସାଧନାରେ ବ୍ରତୀ ହେବାକୁ ସମାଜର ସମସ୍ତ ଜନସଧାରଣଙ୍କୁ ଦାଦି ଜାନକୀ ଆହ୍ୱପାନ ଦେଇଥିଲେ । ଗୁରୁବାର ଏହି ଅବସରରେ ବିଧିବଦ୍ଧ କାର୍ଯ୍ୟକ୍ରମରେ ସମାଜସେବୀ କେ. ଚନ୍ଦ୍ରଶେଖର ରେଡ୍ଡୀ ଯୋଗଦେଇ ଏହି ସ୍ତୁତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲା କ୍ରିଷ୍ଣା ଭାଈ, ରଜନୀକାନ୍ତ ଭାଈ ସକ୍ରୀୟ ସହଯୋଗ କରିଥିଲେ । ଶାଖା ସଞ୍ଚାଳିକା ରାଜା ଯୋଗିନୀ ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।