oom

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

jsmm
  • ” ଗୁଣାତ୍ମକ ଚିନ୍ତା ବିନା ପ୍ରଗତି ଅସମ୍ଭବ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ଆର.ହାଇସ୍କୁଲର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ସମ୍ମାନୀତ ଅତିଥିଭାବେ ପୂର୍ବତନ ଜୁନିୟର ରେଡକ୍ରସ ଅଫିସର ଧର୍ମସିଂ ମିଶ୍ର, ସୁବାଷ ଚନ୍ଦ୍ର ପଟେଲ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ପ୍ରଦୀପ ପାତ୍ର, କ୍ୟାମ୍ପ ପର୍ଯ୍ୟବେକ୍ଷକ ଭାବେ ନୀଳମଣି ପଟେଲ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଗ ନିଜ ବକ୍ତବ୍ୟରେ ଗୁଣାତ୍ମକ ଚିନ୍ତା ବିନା ପ୍ରଗତି ଅସମ୍ଭବ ବୋଲି କହିବା ସହ ମଣିଷର ବ୍ୟବହାର ହିଁ ତା’ର ପ୍ରକୃତ ପରିଚୟ ଜଣାଇଥାଏ ବୋଲି କହିଥିଲେ । ପ୍ରାତଃ ଅଧିବେଶନରେ ସମସ୍ତ ପରାମର୍ଶଦାତା ରେଡକ୍ରସ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ସହ ପରିବେଶ ସୁରକ୍ଷା, ରକ୍ତଦାନ, ବୃକ୍ଷରୋପଣ ସ୍ଲୋଗାନ ଦେଇ ପିସ୍ ମାର୍ଚ୍ଚରେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଉଦ୍‌ଘାଟନ କରିଥିଲେ । ୩୭ ଜଣ ପରାମର୍ଶଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଜୁନିୟର ରେଡକ୍ରସ ସମ୍ପାଦକ ପ୍ରଦୀପ ପାତ୍ର ଓ ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ ଶିବିରରେ ୩୭ଜଣ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ତେଜକୁମାର ଏକ୍କା ଓ ଦଳ ବିପତ୍ତି ସମୟରେ ଉଦ୍ଧାର କାର୍ଯ୍ୟ, ଟ୍ରାଫିକ୍ ପୋଲିସ ପକ୍ଷରୁ ବବିତା ଦୋରା ସଡକ ସୁରକ୍ଷା ଏବଂ ଜୀବନରେ ଆସୁଥିବା ବିପତ୍ତି ବେଳେ ଆଶୁ ଚିକିତ୍ସା ସମ୍ପର୍କରେ ଏବଂ ବଳିଷ୍ଠ ପଧାନ ଓ ଦୟାନନ୍ଦ ଷଡଙ୍ଗୀ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ କହିବା ସହ ସଂଯତ ଓ ଶୃଙ୍ଖଳିତ ଭାବେ ଗାଡି ଚଳାଇଲେ କେତେକାଂଶରେ ସଡକ ଦୁର୍ଘଟଣାକୁ ଏଡେଇ ଦେଇପାରିବା ବୋଲି କହିଥିଲେ । ସାଧନକର୍ମୀ ଦିଲିପ ଧଳ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ସଚେତନ କରିଥିଲେ । ପରାମର୍ଶଦାତାଙ୍କ ମଧ୍ୟରୁ ମୌସୁମୀ ନାୟକ ଓ ମୂରଲୀଧର ମେହେର ଏହି ତ୍ରୀଦିବସର ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ରବୀନ୍ଦ୍ର ଠେଟୁଆଲ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସାଧନକର୍ମୀ ଘନଶ୍ୟାମ ମେହେର । ଏହି କାର୍ଯ୍ୟକ୍ରମରେ ମନରଞ୍ଜନ ହୋତା, କ୍ଷିତେଶ୍ୱର ବିଶ୍ୱାଳ, ଗୋପୀନାଥ ପଶାୟତ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.