csstore

ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ – ୨୦୨୫ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲା ଉପନିୟନ୍ତ୍ରକ ବୈଧ୍ୟ ମାପ ବିଜ୍ଞାନ ବାରିପଦା ଓ ସଂକଳ୍ପ, କୁଳିଅଣା ଅଲୁକୁଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ୨୦୨୫ ପାଳିତ ହୋଇଯାଇଛି । ସଂକଳ୍ପର ସମ୍ପାଦକ ପ୍ରଦୀପ କୁମାର ଦାସ ମଂଚାସୀନ ସମସ୍ତ ଅତିଥି, ସାଧନ ବ୍ୟକ୍ତିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ପୂର୍ବତନ ଡିସିଡ଼ିଆର୍‌ଏଫର ସଭାପତି ନରେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଦ୍ୱୀପ ପ୍ରଜ୍ୱଳନ କରି ଦିବସକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏସିଏଲ୍‌ଏମ୍‌, ବାରିପଦାର ରାଜକିଶୋର ମଲ୍ଲିକ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନର ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସର୍ଦାର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥଲେ । ମୁଖ୍ୟବକ୍ତା ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ସିଂହ, ଡ଼ିସିଡ଼ିଆର୍‌ସିର ମେମ୍ବର ଜୀବନକୃଷ୍ଣ ବେହେରା, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ , ବାରିପଦାର ଦୀପକ ମାଝୀ, ସମାଜସେବୀ କବି ବିଷ୍ଣୁ ଶତପଥୀ, ମହିଳା ମହାବିଦ୍ୟାଳୟ ଅର୍ଥଶାସ୍ତ୍ର ଆସିଷ୍ଟାଣ୍ଟ ପ୍ରଫେସର ଚନ୍ଦ୍ରକାନ୍ତ ଦାସ, ଜ୍ଞାନଦୀପ କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାହୁ, ସଂକଳ୍ପର ସଭାପତି ଆମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଉଟି ସୁରକ୍ଷା ସଚେତନତା ବାର୍ତ୍ତା, ଖାଉଟିର ଭୂମିକା ଓ ଅଧିକାର, ଅନ୍‌ଲାଇନ କ୍ରୟ, ଖାଉଟି ବିବାଦର ପ୍ରତିକାର ବ୍ୟବସ୍ଥା, ଅବସ୍ଥାନ୍ତର ଓ ସାମଗ୍ରିକ ଲାଇଫଷ୍ଟାଇଲ ସମ୍ବଦ୍ଧୀୟ ଉପାଦେୟ ସୂଚନା ପ୍ରଦାନ କାରିଥିଲେ । ମହିଳା କଲେଜର ଷ୍ଟାଫ, ଛାତ୍ରୀମାନେ ଓ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ସକ୍ରିୟ ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଖାଉଟି ସୁରକ୍ଷା ଓ ସଚେତନତାର ବାର୍ତ୍ତା ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଆୟୋଜନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ସଂକଳ୍ପର ସମ୍ପାଦକ ସୂଚନା ଦେଇଥିଲେ । ମହିଳା ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରକଳ୍ପ ଯଂଯୋଜକ ଝରଣା ମାଝୀ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଫୋର୍ଡ଼ର ସନ୍ତୋଷ କୁମାର ଖଣ୍ଡା, ସଂକଳ୍ପର ପୁଷ୍ପଲତା ନାଏକ, ଜିତେନ୍ଦ୍ର ନାଏକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.