csstore

କଣାସ କଲେଜ ୧୯୯୫ ସ୍ନାତକ ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ସମାବେଶ କଣାସ ବ୍ଲକର ଗଡ଼ସାନପୁଟସ୍ଥିତ ମା’ ଜାଗୁଳେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସୁକାନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ପ୍ରଭାସ କୁମାର ମଙ୍ଗରାଜ, ଶିକ୍ଷକ ଚନ୍ଦ୍ରଶେଖର ରାଉତରାୟ, କାମଦେବ ସେଠୀ, ମୀନାରାଣୀ ନାୟକ, ରଶ୍ମିତା ପଟ୍ଟନାୟକ, ସ୍ମିତାରାଣୀ ଗୁମାନସିଂହ, ଗୀତାଞ୍ଜଳି ଜେନା, ନିରଞ୍ଜନ ବରାଳ, ନକୁଳ କୁମାର ସେନାପତି, କଣ୍ଡୁରୀ ଚରଣ ସାହୁ, ଜଗବନ୍ଧୁ ମହାପାତ୍ର, ବିଶ୍ୱଜିତ୍‌ ପଣ୍ଡା, ଏକାଦଶୀ ଜେନା, ସଞ୍ଜୟ କୁମାର ପେଣ୍ଠୋଇ, କେନ୍ଦ୍ର ସରକାର କର୍ମଚାରୀ ବିଜୟକାନ୍ତ ପରିଡ଼ା, ନରେନ୍ଦ୍ର ଖଟୋଇ ପ୍ରମୁଖ କଲେଜ ଛାତ୍ରଛାତ୍ରୀ ର ଜୀବନର ସ୍ମୁତିଚାରଣ କରିବା ସହ ପାରସ୍ପରିକ ପାରିବାରିକ ସ୍ଥିତି ଓ କର୍ମାବସ୍ଥାନ ଆଦି ସଂପର୍କରେ ଭାବ ବିନିମୟ କରିଥିଲେ । ଅଧ୍ୟାପକମାନଙ୍କ ଉତ୍ତମ ଶିକ୍ଷାଦାନ, କର୍ତବ୍ୟନିଷ୍ଠାର ଅବତାରଣା କରଯିବା ସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ ପ୍ରାର୍ଥନା କରାଯାଇଥିଲା । ଛାତ୍ରବନ୍ଧୁ ଗଦାଧର ମାଝି ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ କଲେଜର ଛାତ୍ରଛାତ୍ରୀ ଜୀବନର ସ୍ମୁତିଚାରଣ କରିବା ସହ ପାରସ୍ପରିକ ପାରିବାରିକ ସ୍ଥିତି ଓ କର୍ମାବସ୍ଥାନ ଆଦି ସଂପର୍କରେ ଭାବ ବିନିମୟ କରିଥିଲେ । ଅଧ୍ୟାପକମାନଙ୍କ ଉତ୍ତମ ଶିକ୍ଷାଦାନ, କର୍ତବ୍ୟନିଷ୍ଠାର ଅବତାରଣା କରଯିବା ସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ ପ୍ରାର୍ଥନା କରାଯାଇଥିଲା । ଛାତ୍ରବନ୍ଧୁ ଗଦାଧର ମାଝି ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.