centurian jitm

ବଲାଙ୍ଗିର ଟାଉନ ହଲ ମରାମତି ହେବ କେବେ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ହଲ ୨ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଟାଉନ ହଲର ମରାମତି ପାଇଁ ରାଜ୍ୟ ସରକାର ଏକ କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର କରିଥିଲେ ଏବଂ ଟେଣ୍ଡର ହୋଇ ଏକ କମ୍ପାନୀ ପାଇଥିଲା ଓ କାମ ମଧ୍ୟ ଆରମ୍ଭ ହୋଇଥିଲା ହେଲେ ଦୁଃଖର ବିଷୟ କାମ ଆରମ୍ଭ ହେଉ ହେଉ ଗୋଟିଏ ମାସ ପରେ ବନ୍ଦ ହୋଇଗଲା । କାମ ବନ୍ଦ ହେଲା ମାସ ମାସ ଧରି କେହି ଜାଣି ପାରିଲେ ନାହିଁ କାହିଁକି ? ଆଜିକୁ ଦଶ ମାସ ହେଲା ବଲାଙ୍ଗିର ଟାଉନ ହଲ ମରାମତି କାମ ବନ୍ଦ ହୋଇପଡିଛି । ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁଙ୍କ ସହିତ ଆଲୋଚନା କରିବା ପରେ ସେ କହିଲେ ଯେ, ନିର୍ବାଚନ ପାଇଁ ଓ ନୂଆ ସରକାର ବଦଳିବା ପାଇଁ କାମ ଲେଟ ହେଲା ବଲି କହିଥିଲେ କିନ୍ତୁ ନିର୍ବାଚନ ଆଗରୁ ପଇସା ଆସିଥଲା କାମ ବି ଚାଲିଥିଲା ହଠାତ୍‌ କାହିଁକି ବନ୍ଦ ହୋଇଗଲା ସେ କଥା ଜାଣିବ କିଏ ? ପୌର ପରିଷଦର ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ କାମ ଆଜି ପ୍ରର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଯଦ୍ଵାରା ବଲାଙ୍ଗିର ସହରରେ ଥିବେ ଏକ ମାତ୍ର ଟାଉନ ହଲ ଯେଉଁଠି ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ ସମାଜ, ସାଂସ୍କୃତିକ ଅନୁଷ୍ଠାନମାନେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ସମିତି, ନୂଆଁଖାଇ ଭେଟ୍‌ଘାଟ୍‌ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ଯାହା ଏବେ ଦୁଇ ବର୍ଷ ହେଲା ବନ୍ଦ ହୋଇପଡିଛି । ଏହାଦ୍ଵାରା ଜିଲ୍ଲାରେ ବୃଦ୍ଧିଜିବୀ ଓ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି ଏବଂ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ମନରେ ବିକାଶର ସମାଲୋଚନା ଶୁଣିବାକୁ ମିଳୁଛି । ଟାଉନ ହଲ୍‌ର ମରାମତି କାର୍ଯ୍ୟ ବନ୍ଦ ହୋଇଛି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଘଠନ ସମସ୍ତ ସଦସ୍ୟ ପୌର ପରିଷଦର ପୌରାଧ୍ୟକ୍ଷା ଲିକା ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଆଜି ଭେଟି ଟାଉନ ହଲ କେମିତି ଶୀଘ୍ର କାମ ଆରମ୍ଭ ହେବ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ସେମାନେ ପ୍ରତିଶୃତି ଦେଇଛନ୍ତି ଯେ, ଖୁବ ଶୀଘ୍ର କାମ ହେବ ଯଦି କାମ ଆରମ୍ଭ ନହୁଏ ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଘଠନ ଆଗାମୀ ଦନରେ ଆନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ । ଏଥିରେ ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଲିଙ୍କନ ସେଠ, ରବୀନ୍ଦ୍ର ପ୍ରଧାନ, ଉତ୍ତମ ନନ୍ଦ,ଦେବରାଜ ନାଗ, ସହଦେବ ନାଗ, ମୋହନ ଦଲବେହେରା, ତନ୍ମୟ ପୁଟେଲ, ରାଜେଶ ବାଗ ଉପସ୍ଥିତ ରହି ଦାବିପତ୍ର ଦେଇଥିଲେ ।

Leave A Reply

Your email address will not be published.