centurian jitm

ପୂର୍ବତନ ଏସ୍‌ଆଇ ଅରକ୍ଷିତ ସାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରଲୋକରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ତଣ୍ଡାମୁଣ୍ଡା ଗ୍ରାମର ପୂର୍ବତନ ଏସ୍‌ଆଇ ଅରକ୍ଷିତ ସା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିବା ବେଳେ ସେ ଖାଲି ପୋଲିସ ବିଭାଗର ଏସ୍‌ଆଇ ଭାବେ କାର୍ୟ୍ୟ କରୁନଥିଲେ । ଏକା ଧାରରେ ସେ ଜଣେ କୀର୍ତ୍ତନ ଗାୟକ, ଭଜନ ଗାୟକ ସହ ଅଂଚଳର ଜଣେ ସମାଜସେବୀ ମଧ୍ୟ ଥିଲେ । ତାଙ୍କ ଶେଷକୃତ୍ୟ ବେଳେକୁ ତାଙ୍କ ଧର୍ମପତ୍ନୀ, ପୁଅ ବୋହୁ, ତିନି ଝିଅ, ଜ୍ୱାଇଁଙ୍କ ସହ ନାତି ନାତୁଣୀ, ତାଙ୍କ ପ୍ରିୟଜନ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ତଣ୍ଡାମୁଣ୍ଡା ସହ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.