ଆଗଲପୁର ବ୍ଲକରେ ଚିଆ ନାମକ ଏକ ଶସ୍ୟ ଜାତୀୟ ଫସଲର ଶୁଭାରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଗ୍ରାମର ଚାଷୀ ପବିତ୍ର ସାହୁ ତାଙ୍କ ନିଜ ଜମିରେ ପରୀକ୍ଷାମୂଳକ ଭାବେ ଚିଆ ଚାଷ କରିଥିଲେ । ଯାହାକି ବର୍ତ୍ତମାନ ଅମଳ ହେବାକୁ ଯାଉଥିବା ସୂଚନା ମିଳିଛି । ପ୍ରକାଶ ଯୋଗ୍ୟ ଯେ ଉକ୍ତ ଚାଷ ପାଇଁ ଆଗଲପୁର ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ ତଥା ତାଙ୍କ ଟିମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଷ ହୋଇ ଠିକ ସମୟରେ ଅମଳ ହୋଇଥିବା ଚାଷୀ ଶ୍ରୀ ସାହୁ କହିଛନ୍ତି । ଚାଷ ହୋଇଥିବା ଉକ୍ତ ଜମିକୁ କୃଷି ଅଧିକାରୀ ଓ ତାଙ୍କ ଟିମ ଜମିକୁ ପରିଦର୍ଶନରେ ଯାଇଥିଲେ । କୃଷି ଅଧିକାରୀଙ୍କ ସୂଚନା ମୂତାବକ ଏହା ମାଣ୍ଡିଆ ଭଳି ଦେଖାଯାଉଥିବା ବେଳେ କଳା ଓ ଧଳା ଦୁଇଟି ରଂଗରେ ମିଳୁଛି । ଚିଆରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରକାର ଭିଟାମିନ ଯଥା ଫାଇବର ଓ ନ୍ୟିୁଟ୍ରିୟାନ୍ସ ମିଳିଥାଏ । ଯାହାକି ମଣିଷ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ଗରମ ଓ ଖରା ସମୟରେ ଝାଳରୁ ରକ୍ଷା କରିଥାଏ । ଆଗକୁ ବ୍ଲକର ଅନେକ ପଂଚାୟତର ଚାଷୀମାନଙ୍କୁ ଉତ୍ସାହିତ କରି ଉକ୍ତ ଚାଷ କରିବାପାଇଁ ପରାମର୍ଶ ଦିଆଯିବ ବୋଲି ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ଚାଷ ହୋଇଥିବା ଚାଷୀଙ୍କ ଜମି ପରିଦର୍ଶନ ସମୟରେ ବ୍ଲକ କୃଷି ଅଧିକାରୀଙ୍କ ସହ ବୈକୁଣ୍ଠ ଜଗତ ଓ ଜଗତ ଛୁରା ଗ୍ରାମ୍ୟ କୃଷି ଅଧିକାରୀ ଓ କୃଷକ ସାଥି ହରିହର ହଂସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.