oom

ଆନ୍ତର୍ଜାତୀୟ ମହିଳା ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ ଓ ରେଡ୍‌କ୍ରସ୍ ୟୁନିଟ ଆନୁକୂଲ୍ୟରେ ଓଡିଶା ଏଡ୍‌ସ୍‌ ନିୟନ୍ତ୍ରଣ ସମାଜ ପକ୍ଷରୁ ମହାବିଦ୍ୟାଳୟ ଐତିହ୍ୟ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ରେଡ୍‌କ୍ରସ୍‌ ୟୁନିଟ୍‌ର ସଭାପତି ଡଃ. ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡଃ. ଭବାନୀ ପ୍ରିୟଦର୍ଶିନୀ ମହାନ୍ତି ଓ ଦୀପ୍ତି ନାୟକ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କ ସହ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ରେଡ୍‌କ୍ରସ୍ ୟୁନିଟ ଓ ରେଡ୍‌ରିବନ୍‌ କ୍ଲବର ସଂଯୋଜକ ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ୍ ୟୁନିଟ୍‌ର ସ୍ୱେଚ୍ଛାସେବୀ ଶଶୀଭୂଷଣ ରାଉତ, ରିଙ୍କି ବରାଳ, ମୋନାଲିକା ବରାଳ, ଆଶିର୍ବାଦ ମାଣ୍ଡିଆ, ଭାଗ୍ୟଶ୍ରୀ ଖୁଣ୍ଟିଆ ଓ ଅନନ୍ୟା ପ୍ରଧାନଙ୍କ ସମେତ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବିଶ୍ୱ ଏଡ୍‌ସ୍‌ ଦିବସ ଓ ଆନ୍ତର୍ଜାତୀୟ ମହିଳା ଦିସବ ଉପଲକ୍ଷେ ପ୍ରବନ୍ଧ ଲିଖନ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରସଂଶାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପରିଶେଷରେ ମହାବିଦ୍ୟାଳୟର ସହ ଗ୍ରନ୍ଥାଗାରିକ ଦାଶରଥୀ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.