oom

ଛାତ୍ରଙ୍କୁ ଛୁରାଘାତ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଙ୍କୁ ପେଟ ଓ ଦେହରେ ଛୁରାଘାତ କରିଥିବା ଅଭିଯୁକ୍ତଙ୍କ ମାମଲାର ବିଚାର କରି ବଲାଙ୍ଗିର ସହକାରୀ ଫୌଜଦାରୀ ଓ ବରିଷ୍ଠ ଦୈୱାନି ଜଜ୍‌ (ଏଲ୍‌ଆର୍‌ଏଣ୍ଡଏଲ୍‌ଟିଭି) ବିଚାରପତି କୁନମୁନ ଆଚାରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଲାଙ୍ଗିର ଟାଉନଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ନଗର ଅଂଚଳର ବୁଠି ଓରଫ୍‌ ରାଜ କୁମାର ସେଠ ଓ ବିଷ୍ଣୁ ଓରଫ୍‌ ବିକାଶ ବାରିକଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୭ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ହଜାର ଟଙ୍କା ଜୋରିମାନା ଅନାଦେୟରେ ଆହୁରି ଦୁଇ ମାସ ସଶ୍ରମ କାରାଦଣ୍ଡ, ଧାରା ୩୨୩ରେ ୩ ମାସ ସଶ୍ରମ କାରାଦଣ୍ଡ ଓ ୩୨୪ରେ ୬ ମାସ ସଶ୍ରମ କାରାଦଣ୍ଡ ସହିତ ୫ଶହ ଟଙ୍କା ଜୋରିମାନା ଅନାଦେୟରେ ଏକମାସ ସଶ୍ରମ କାରାଦଣ୍ଡ ଏ ସମସ୍ତ ଏକାକାଳୀନ କାରାଦଣ୍ଡ ଭୋଗିବାକୁ ରାୟ ପ୍ରଦାନ କରିଛନ୍ତି । ସୂଚନା ମୂତାବକ ଗତ ୦୪.୦୪.୨୦୦୭ ମସିହାରେ ସୁମିତ ପୁରୋହିତ ରାଜେନ୍ଦ୍ର ମହାବିଦ୍ୟାଳୟରୁ ପରୀକ୍ଷା ଦେଇ ଫେରୁଥିବା ସମୟରେ ରାସ୍ତାରେ ବଲାଙ୍ଗିର ଚନ୍ଦ୍ରଶେଖର ନଗରର ବିଷ୍ଣୁ ଓରଫ୍‌ ବିକାଶ ବାରିକ ଓ ତାର ଅନ୍ୟ ୬ଜଣ ସହଯୋଗୀଙ୍କ ସହିତ ଅଟକାଇ ସୁମିତଙ୍କ ତଣ୍ଟି ଚିପି ୫ରୁ ୬ଥର ଛୁରାଘାତ କରି ଲହୁଲୁହାଣ କରି ରକ୍ତାକ୍ତ ଅବସ୍ଥାରେ ଘଟଣା ସ୍ଥଳରୁ ପାଳାୟନ କରିବା ବେଳେ ସୁମିତଙ୍କ ସାଙ୍ଗମାନେ ପ୍ରଥମେ ଘରକୁ ଆଣି ଘଟଣା ତାଙ୍କ ବାପାଙ୍କୁ ଅବଗତ କରିଥିଲେ ଓ ତୁରନ୍ତ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରି ଅସ୍ତ୍ରୋପଚାର କରି ତାଙ୍କ ବାପା ଆସି ଟାଉନ ଥାନାରେ ଏତଲା କରିଥିଲେ । ଉକ୍ତ ମକଦ୍ଦମା ସରକାରଙ୍କ ତରଫରୁ ବୈଷ୍ଣବ ଚରଣ ସାହୁ ପରିଚାଳନା କରୁଥିଲେ ।

jittmm
Leave A Reply

Your email address will not be published.