ବରିକେଲ ନୂଆଁପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ନୁଆଁପଡାରେ ୮ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭରତ ପଣ୍ତା ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନର ଖେଳରେ ପଦ୍ମପୁର ଦଳ ଓ ବରିକେଲ ଦଳ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ମହୁଲପାଲି ଓ ଭୁଲିଆବନ୍ଧ ଦଳ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ପଦ୍ମପୁର ଓ ମହୁଲପାଲି ଦଳ ସେମି ଫାଇନାଲକୁ ଉର୍ତ୍ତୀଣ୍ଣ ହୋଇଛନ୍ତି । ପଦ୍ମପୁର ଦଳର ରାଜେଶ ମ୍ୟାନ ଅଫଦି ମ୍ୟାଚ୍ ଓ ମହୁଲପାଲି ଦଳର ପ୍ରଶାନ୍ତ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା ହୋଇଛନ୍ତି । ଏହି ମ୍ୟାଚ୍ କୁ ହେମନ୍ତ ବିଶ୍ୱାଳ, ଝସକେତନ ସାହା ପରିଚାଳନା କରିଥିଲେ ।

Leave A Reply

Your email address will not be published.