ବିସ୍ଫୋରଣରେ ଉଡ଼ିଗଲା ଆଜବେଷ୍ଟ, ସ୍ୱାମୀ-ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା : ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଆଜବେଷ୍ଟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ଏଥିର ଜଣେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଆହତ ହେଲେ ଅଶୋକ ଓ ତାଙ୍କର ପତ୍ନୀ ସୁକାନ୍ତି । ଦୁହେଁ ଘରେ ବାଣ ଭିଡ଼ିବା ସମୟରେ ଅଘଟଣ ଘଟିଛି । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଦମ୍ପତି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ନେଇ ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିବା ଏବଂ ଥାନାରେ ମାମଲା ରହିଥିବା ଜଣାପଡିଛି । ଆଜି ପୁଣିଥରେ ଏହି ୟସ୍ୱାମୀ-ସ୍ତ୍ରୀ ଏକ ଆଜବେଷ୍ଟ ଘରେ ବାଣ ପ୍ରସ୍ତୁତ କରୁଥିଲେ । ଏହି ସମୟରେ କୌଣସି କାରଣରୁ ବାଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଆଜବେଷ୍ଟ ସମ୍ପୂର୍ଣ୍ଣ ଉଡି ଯାଇଥିଲା ଏବଂ ଦମ୍ପତି ଗୁରୁତର ହୋଇପଡିଥିଲେ ।

Leave A Reply

Your email address will not be published.